ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ

ଢେଙ୍କାନାଳ, 12/08/2025, ଉତ୍କଳ voice news - utkalvoicenews.com _* ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ *_
Article Image
( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ପ୍ରାଥମିକ ଶିକ୍ଷା ଇତିହାସରେ ସବୁଠାରୁ ବଡ ଐତିହାସିକ ନିଷ୍ପତିକୁ ସୁପାରିଶ କରିଥିବା ଚିଠି ସଂଖ୍ୟା-୨୧୨୬୮, ତା୦୨.୦୮. ୨୦୨୫ରିଖକୁ ପୁନର୍ବାର ସରକାରଙ୍କ ଅନୁମୋଦନ ଓ ତୁରନ୍ତ କାର୍ଯ୍ୟକାରୀ ନିମନ୍ତେ ଓଡିଶା କନିଷ୍କ ଶିକ୍ଷକ ସଂଘର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁହାରୀ ଜଣାଇଛନ୍ତି । ପ୍ରକାଶ ଯେ, ଓଡିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଯେଉଁ ସବୁ ଐତିହାସିକ ପରିବର୍ତନ ପାଇଁ ଗଣଶିକ୍ଷା ବିଭାଗ ଗତ ୦୨.୦୮.୨୦୨୫ରିଖ ଦିନ ଚିଠି ସଂଖ୍ୟା-୨୧୨୬୮ ଦ୍ୱାରା ପ୍ରକାଶ କରିଥିଲେ । ତାହାକୁ ଗତ ୦୮.୦୮.୨୦୨୫ରିଖ ଦିନ କୌଣସି କାରଣ ଦର୍ଶାଇ ବିଭାଗ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଥିଲା । ଯେଉଁ ସୁପାରିଶ ଦ୍ବାରା ଓଡିଶାର ଧ୍ବଂସ ପାଇବାକୁ ବସିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗ୍‌ଦର୍ଶନ ମିଳିପାରିଥାନ୍ତା, ତାହା ଏବେ ପ୍ରତ୍ୟାହୃତ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମତ ଭାବେ ଶିକ୍ଷକ ନିଯୁକ୍ତି କରିବା, ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା ଓ କନିଷ୍ଠ ଶିକ୍ଷକ (ଯୋଜନାଭିତିକ )ମାନଙ୍କୁ ନିୟମିତ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହାକୁ ସେହି ସୁପାରିଶ ମାଧ୍ୟମରେ ପୂରଣ କରାଯାଇଥାନ୍ତା, ତାହାକୁ ବିଭାଗ ହଟାଇ ଦେଇଛି । ଏସହ ସମାନ ସୁପାରିଶ ପୁନଶ୍ଚ ସଂସ୍ଥାପନ କରିବା ପାଇଁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ଏହି ଐତିହାସିକ ପଦକ୍ଷେପକୁ ଅନ୍ତିମ ନିଷ୍ପତି ନେଇ ମୋହର ଲଗାଇ ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ମୋଡ ଦେଇପାରିବେ ବୋଲି ସଂଘ ଅନୁରୋଧ କରିଛି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା କରାଯାଇଥିବା ସୁପାରିଶକୁ ହୃଦୟତାର ସହ ଗ୍ରହଣ କରି ଆସନ୍ତା ୧୬.୦୮.୨୦୨୫ରିଖ ସୁଦ୍ଧା ନିୟାମକରେ ପରିଣତ କରାନଗଲେ ସଂଘ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ବାଧ୍ଯ ହେବ ବୋଲି କହିଛନ୍ତି । ୩୫୦ ରୁ ଉର୍ଦ୍ଧ ସଦସ୍ୟ ଏକ ଶୋଭାଯାତ୍ରାରେ ବାଜିଚୌକ ଠାରୁ ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାରାବାଜି ଦେବା ସହ ନୂତନ ଜିଲ୍ଲାପାଳ ଅଶିଷ ଈଶ୍ଵର ପାଟିଲ୍‌ଙ୍କୁ ଫୁଲଗୁଚ୍ଛ ଦେଇ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଦାବୀପତ୍ର ସମୟରେ ସଭାପତି ପ୍ରଭୂଦତ ନାୟକ, ଶ୍ରଦ୍ଧାଞ୍ଜଳି ବେହେରା, ଅର୍ପିତା ପତି, ଲିପିକା ବେହେରା, କମଳକାନ୍ତ ମହାଳିକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Article Image
1