ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜଗତସିଂହପୁର ଅବକାରୀ ବିଭାଗର କଟକଣା ଚୋରା ମଦ ବ୍ୟବସାୟ ରେ ରୋକ୍*

ଜଗତସିଂହପୁର, 12/08/2025, ଉତ୍କଳ voice news - utkalvoicenews.comଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ 👉🏻
Article Image
ଅବକାରୀ କମିଶନର ଓ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ,ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଅବକାରୀ ବିଭାଗ ପୁଣିଥରେ ଚୋରା ମଦ ବ୍ୟବସାୟ ବିରୋଧରେ ଦୃଢ଼ ସଙ୍କଳ୍ପ ପ୍ରଦର୍ଶନ କରିଛି। ଗତକାଲି, ଅବକାରୀ ମୋବାଇଲ୍ ୟୁନିଟ୍‌ର ନିରୀକ୍ଷକ, ବାଲିକୁଦା ଓ ଜଗତସିଂହପୁର ଅବକାରୀ ଥାନା ସହ ମିଳିତ ଅଭିଯାନରେ, ନାଉଗାଁ ଥାନା ଅଧୀନ ଜାମୁଗାଁରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଚିହ୍ନଟ କରାଯାଇଛି। ଅଭିଯାନ ସମୟରେ, ୨୧ ଗୋଟି ଦେଶୀ ମଦ ପେଟି ତଥା ୧୦୫ ଲିଟର ଦେଶୀ ମଦ ଓ ୭.୨୦୦ ଲିଟର ବିଦେଶୀ ମଦ ବୋଝାଇ ନେଉଥିବା ଏକ ଚାରିଚକିଆ ଯାନକୁ ଯାହାର ରେଜିଷ୍ଟ୍ରେସନ ନଂ ଓଆର -୦୨-ବିଏକ୍ସ -୦୯୮୯ଜବତ କରାଯାଇଛି। ଏହି ଅଭିଯାନରେ ନାଉଗାଁ ପୋଲିସ ପକ୍ଷରୁ ମଧ୍ୟ ଯଥେଷ୍ଟ ସହଯୋଗ ମିଳିଛି। କିନ୍ତୁ, ଗାଡ଼ି ଚାଳକ ପ୍ରଶାନ୍ତ କୁମାର ସାହୁ (ହଡା), ଯିଏ ପୂର୍ବରୁ ମଧ୍ୟ ଅନେକ ଅପରାଧ ରେ ଜଡିତ ଥିଲେ, ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛି। ଏବଂ ତାଙ୍କ ବିରୋଧରେ ଆବଶ୍ୟକୀୟ କାନୁନୀ ପ୍ରକ୍ରିୟା ଚାଲିଛି ଓ ତାଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଅତ୍ୟନ୍ତ ପ୍ରୟାସରତ ଜିଲ୍ଲା ଅବକାରୀ ବିଭାଗ।
1