ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*କବୟିତ୍ରୀ କାଦମ୍ବିନୀ ପରିଜା ପାଇଲେ ‘ମଣିମାଣିକ’ ସମ୍ମାନ*

ବିରିଡ଼ି, 12/08/2025, ଉତ୍କଳ voice news - utkalvoicenews.comଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ 👉🏻
Article Image
ବିରିଡ଼ି ବ୍ଳକ୍ ଅନ୍ତର୍ଗତ ବୁଢ଼ାପଡ଼ା ପଞ୍ଚାୟତ ବୁଢାପଡା ଗ୍ରାମର ଆଦର୍ଶ ଶିକ୍ଷୟିତ୍ରୀ ସୁସାହିତ୍ୟିକା କାଦମ୍ବିନୀ ପରିଜାଙ୍କୁ ‘ମଣି ମାଣିକ’ ସମ୍ମାନରେ ସମ୍ମାନିତ କରାଯାଇଛି।ମଣିମାଣିକ ଜାତୀୟ ଶିଶୁ ଅନୁଷ୍ଠାନ ପକ୍ଷରୁ ୫୪ତମବାର୍ଷିକ ଶିଶୁ ମହୋତ୍ସବ ଅବସରରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ମହୋତ୍ସବରେ ଡ.ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ,ଡ.ଗୋବିନ୍ଦ ଚନ୍ଦ୍ର ଚାନ୍ଦ,ଡ.ବିଜୟାନନ୍ଦ ସିଂହ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଜାଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ଏଥିପାଇଁ ଆଷାଢ଼ ସାହିତ୍ୟ ସଂସଦର ସଭାପତି କବି ପୀତାମ୍ବର ମହାପାତ୍ର,ଆଷାଢ଼ ସାହିତ୍ୟ ପତ୍ରିକା ସହ ସମ୍ପାଦକ ମନୋରଞ୍ଜନ ଦାଶ, ସାହିତ୍ୟିକା କୁନ୍ତଳା ମହାପାତ୍ର,କବୟିତ୍ରୀ ଛବିରାଣୀ ପତି,ଉମାକାନ୍ତ ରଥ ପ୍ରମୁଖ ଶ୍ରୀମତୀ ପରିଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1