ଏରସମା, 12/08/2025, ଉତ୍କଳ voice news - utkalvoicenews.com* ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) * 👉🏻
ବାଲିକୁଦା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ବର୍ଷିଆନ କଂଗ୍ରେସ ନେତା ମହେଶ୍ୱର ବେହେରା ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପାଟରା ସମିତି ଓ ପ୍ରତୀକାତ୍ମକ ଗହ୍ମା ପର୍ବ ଉତ୍ସବରେ ତାଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଦୀର୍ଘ ୫ ଦଶନ୍ଧି ଧରି ଜଣେ ସମର୍ପିତ ବାଲିକୁଦା ଅଞ୍ଚଳରେ ସାଧାରଣ ମଣିଷର ସୁଖ ଦୁଃଖର ସେବାରେ ନିଜକୁ ସମର୍ପିତ କରି ଜଣେ ଲୋକପ୍ରିୟ ସମାଜସେବୀ ହିସାବରେ ଲୋକଙ୍କର ଆସ୍ଥାଭାଜନ ହୋଇପାରିଛନ୍ତି । ତାଙ୍କୁ ଏହି ରାଜ୍ୟ ସ୍ତରୀୟ ସମ୍ମାନ ଉତ୍ସବରେ ପୂର୍ବତନ ରାଜ୍ୟ ବିଧାନ ସଭାର ବିରୋଧୀ ଦଳର ନେତା ସଚ୍ଚିଦାନନ୍ଦ ଦଲାଲ, ଗହ୍ମା ପର୍ବର ସଂଯୋଜକ ଦେବେନ୍ଦ୍ର ପୃଷ୍ଟି, ନିଖିଳ ଉତ୍କଳ ପାଟରା ସମିତି ସଭପତି ଡଃ. ରୁଦ୍ରନାରାୟଣ ପୃଷ୍ଟି, କଟକ ଜିଲା ପରିଷଦ ସଭ୍ୟ ଆଶିଷ ସାହୁ, ରାଜ୍ୟ ପାଟରା ସମିତିର ସମ୍ପାଦକ ରବି ସେନାପତି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।