ଏରସମା, 22/01/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ସମବାୟ ସମିତି, ଜପା ସମବାୟ ସମିତି, ଭିତରଅନ୍ଧାରୀ ସମବାୟ ସମିତି, ଏରସମା ସମବାୟ ସମିତି ଓ ଢ଼ିଙ୍କିଆ ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।

କୃଷ୍ଣଚନ୍ଦ୍ରପୁର ସମବାୟ ସମିତିର ସଭାପତି ସମୀର ରଞ୍ଜନ ସ୍ଵାଇଁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନମଣ୍ଡିକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ସ୍ଥାନୀୟ ସରପଞ୍ଚ ଶୋନଲତା ଦଳାଇ, ସମାଜସେବୀ ଦୀପ୍ତି ରଞ୍ଜନ କୁଅଁର, ଏରସମା ଶାଖା ପରିଚାଳକ କ୍ଷେତ୍ରମୋହନ ଲେଙ୍କା, ସମ୍ପାଦକ ଦିବ୍ୟଜ୍ୟୋତି ନାୟକ, ପୂର୍ବତନ ସମ୍ପାଦକ କୈଳାସ ଚନ୍ଦ୍ର ଦାସ, ଧୀରେନ୍ଦ୍ର ମହାନ୍ତି, ସୁନିଲ ବଳାର ପ୍ରମୁଖଙ୍କ ସମେତ ସମିତିର ସଭ୍ୟ / ସଭ୍ୟା ଓ ଚାଷୀ ମାନେ ଉପସ୍ଥିତ ଥିଲେ। ସେହିପରି ଜପା ସମବାୟ ସମିତିର ସମ୍ପାଦକ ସୂର୍ଯ୍ୟକାନ୍ତ ଲେଙ୍କାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ବିଡିଓ ଦାଶରଥୀ ଜେନା, ନୀରିକ୍ଷକ ଅମିୟ ମଲ୍ଲିକ, ଏରସମା ଶାଖା ପରିଚାଳକ କ୍ଷେତ୍ରମୋହନ ଲେଙ୍କା, ସମାଜସେବୀ ଦୀପ୍ତି ରଞ୍ଜନ କୁଅଁର, ସମିତିର ସଭାପତି ବିଘ୍ନେଶ୍ୱର ଖୁଣ୍ଟିଆ, ସ୍ଥାନୀୟ ସରପଞ୍ଚ ବିଦୁଲତା ରାଉତ, ସମିତି ସଭ୍ୟ ସୁନିଲ ଗୋଚ୍ଛାୟତ ପ୍ରମୁଖଙ୍କ ସମେତ ସମିତିର ସଭ୍ୟ / ସଭ୍ୟା ଓ ଚାଷୀମାନେ ଉପସ୍ଥିତ ଥିଲେ। ସେହିପରି ଭିତରଅନ୍ଧାରୀ ସମବାୟ ସମିତିର ସମ୍ପାଦକ ପଦ୍ମିମ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ଅରକ୍ଷିତ ପ୍ରଧାନ, ନୀରିକ୍ଷକ ଅମିୟ ମଲ୍ଲିକ, ସମିତି ସଭ୍ୟା ବାସନ୍ତୀ ପ୍ରଧାନ, ସୂର୍ଯ୍ୟକାନ୍ତ ପରିଡ଼ା ଓ ଆଦିକନ୍ଦା ସ୍ଵାଇଁ ପ୍ରମୁଖ ଯୋଗଦେଇ ଥିଲେ। ସେହିପରି ଏରସମା ସମବାୟ ସମିତିର ସଭାପତି ଦେବେନ୍ଦ୍ର ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଡିଓ ଦାଶରଥୀ ଜେନା, ଜିଲ୍ଲା ପରିଷଦ ପୀତବାସ ଗୋଚ୍ଛାୟତ, ରାନୀ ଟୁଡୁ, ଏରସମା ଶାଖା ପରିଚାଳକ କ୍ଷେତ୍ରମୋହନ ଲେଙ୍କା, ସରପଞ୍ଚ ରଞ୍ଜନ କୁମାର ଜେଟି, ସମିତି ସଭ୍ୟ ଧନଞ୍ଜୟ ସାହୁ ଓ ବୈରାଗୀ ଭୂୟାଁ ପ୍ରମୁଖ ଯୋଗଦେଇ ଥିଲେ। ସେହିପରି ଢିଙ୍କିଆ ସମବାୟ ସମିତିର ସମ୍ପାଦକ ସୂର୍ଯ୍ୟକାନ୍ତ ଲେଙ୍କାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାନେତ୍ରୀ ଆରତୀ ମହାନ୍ତି, ସମାଜସେବୀ ଦୀପ୍ତି ରଞ୍ଜନ କୁଅଁର, ସମିତିର ସଭାପତି ଅକ୍ଷୟ କୁମାର ବେହେରା, ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା, ଉପସଭାନେତ୍ରୀ ରୀତା ମହାନ୍ତି, ବିଜେପି ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟ ପ୍ରମୁଖଙ୍କ ସମେତ ସମିତିର ସଭ୍ୟ / ସଭ୍ୟା ଓ ଚାଷୀମାନେ ଯୋଗଦେଇ ଥିଲେ।
