ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
*ପାରାଦ୍ୱୀପ ପୌର ପ୍ରଶାସନ ପକ୍ଷରୁ ତିରଙ୍ଗା ଶୋଭାଯାତ୍ରା l*
ପାରାଦ୍ୱୀପ, 12/08/2025, ଉତ୍କଳ voice news - utkalvoicenews.com
ପାରାଦୀପ ପୌର ପରିଷଦ ତରଫରୁ ତୀରଙ୍ଗା ଶୋଭାଯାତ୍ରା ମହା ଆଡ଼ମ୍ବରରେ ପାଳନ କରାଯାଇ ଥିଲା l ଏଥିରେ ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ଓ ପାରାଦୀପ ର ୧୯ ଟି ୱାର୍ଡ ର ଅନ୍ତେ ବାସିମନେ ବହୁ ମାତ୍ରାରେ ଯୋଗ ଦେଇ ଥିବା ବେଳେ ସମସ୍ତ ଙ୍କ ହାତରେ ତିରାଙ୍ଗା ପତାକା ଥିବା ଦେଖିବାକୁ ମିଳୁଥିଲା l ଏହି ତିରଙ୍ଗା ଶୋଭା ଯାତ୍ରାରେ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁଳ ମାତ୍ରାରେ ଯୋଗ ଦେଇ ପାରାଦୀପ ମହା ବିଦ୍ୟାଳୟ ପାଖରୁ ବାହାରି ଲାଇନରେ ପାରାଦୀପ ବସ ଷ୍ଟାଣ୍ଡ ନିକଟରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଷ୍ଟାଚୁ ନିକଟରେ ପହଞ୍ଚି ଷ୍ଟାଚୁରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପାରାଦୀପ ରେ ଥିବା ବିଭିନ୍ନ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରୁଥିଲେ l ଏହି ତିରଙ୍ଗା ଶୋଭାଯାତ୍ରାରେ ଓଡିଶାର ମାନ୍ୟବର୍ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ବେଳେ ପାରାଦୀପ ରେ ଥିବା ନେତାଜି ସୁବାଷ ବୋଷ ଷ୍ଟlଚୁ ସାମ୍ନାରେ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା l ଏହି ତିରଙ୍ଗା ଶୋଭାଯାତ୍ରା ନୂତନ ଭାବେ ଦୁଇଟି ବସ ପାରାଦୀପ ରୁ କୁଜଙ୍ଗ ପର୍ଯ୍ୟନ୍ତ ସ୍କୁଲ୍ ପିଲା ଓ ସଧାରଣ ଲୋକଙ୍କ ଯାତାୟାତ ପାଇଁ ସୁଭ ଉଦ୍ ଘଟାନ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ କରିଥିଲେ l ଏହି ସଭାରେ ପାରାଦୀପ ପୌର ପରିଷଦ ର ବହୁ ପାରିଷଦ ମାନେ ଯୋଗ ଦେଇ ଥିବା ବେଳେ ପାରାଦୀପ ମହା ବିଦ୍ୟାଳୟ ଅଧ୍ୟକ୍ଷା ଯୋଗ ଦେଖିବାକୁ ମିଳିଥିଲା l ଏହି ତିରଙ୍ଗା ଶୋଭାଯାତ୍ରା ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ପୌରହିତ୍ୟରେ କରାଯାଇଥିବା ଦେଖିବାକୁ ମିଳିଥିଲା l
1