ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋରିକିନାରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଏରସମା, 13/08/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : 👉🏻
Article Image
ବାଲିକୁଦା ବ୍ଲକର ବୋରିକିନା ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅଧ୍ୟକ୍ଷା ଲତିକା ଷଢଙ୍ଗୀଙ୍କ ତତ୍ୱାବଧାନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ୧୧ଟାରେ ବିଦ୍ୟାଳୟ ପରିସରରୁ +୨ ପ୍ରଥମ ଓ ଦ୍ୱିତୀୟ ବର୍ଷର କଲା ଓ ବାଣିଜ୍ୟର ୪୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବୋରିକିନା ବଜାର ପରିକ୍ରମା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ, ଅଧ୍ୟକ୍ଷା ଶୋଭାଯାତ୍ରାକୁ ଦୁଇଟି ସୁଦୀର୍ଘ ଧାଡ଼ିରେ ବସ୍ ଷ୍ଟାଣ୍ଡ ନେଇଥିଲେ । ରାସ୍ତାରେ ଯାନବାହାନ ଓ ଭିଡ଼ ନିୟନ୍ତ୍ରଣ କରି ଶିକ୍ଷକ ମାନେ ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ଆଗରେ ଶୋଭାଯାତ୍ରା ପହଞ୍ଚିଲା ପରେ ପିଲାଙ୍କୁ ସ୍ୱାଧୀନତା ଦିବସ ଓ ତ୍ରିରଙ୍ଗା ପତାକାର ଗର୍ବ ଓ ଗୌରବ ଗାଥା ବିଷୟରେ ପିଲାଙ୍କୁ ସୂଚନା ଦେଇଥିଲେ । ଶେଷରେ ସମସ୍ତ ପିଲା ଓ କର୍ମଚାରୀ ମାନଙ୍କୁ ବିସ୍କୁଟ ପରିବେଷଣ କରାଯାଇଥିଲା । ଏହି ଶୋଭାଯାତ୍ରା ପିଲାଙ୍କ ମନରେ ଦେଶପ୍ରେମ, ଜାତୀୟ ପତାକା ପ୍ରତି ସମ୍ମାନବୋଧ ଜାଗ୍ରତ କରାଇଥିଲା ।
Article Image
1