ଢେ଼ଙ୍କାନାଳ, 13/08/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
ନିଶା ମୁକ୍ତ ଭାରତ ଅଭିଯାନ
ଗନ୍ଦିଆ ବ୍ଲକ ସ୍ଥିତ ପିଙ୍ଗୁଆ ଡିଗ୍ରୀ କଲେଜ ଠାରେ ଅଧ୍ୟାପକ ଦିପ୍ତି ରଞ୍ଜନ ମହାଳିକ, ରାମଚନ୍ଦ୍ର ରାଉତ ଙ୍କ ସଭାପତିତ୍ବ ରେ ନିଶା ମୁକ୍ତ ଭାରତ ଅଭିଯାନ ଶପଥ ଗ୍ରହଣ ଉତ୍ସବ ଆଜି ତା - 13.08.2025 ରେ ପାଳିତ ହୋଇଯାଇଅଛି। ପ୍ରିୟ ର ନିର୍ଦ୍ଦେଶକ ଟଙ୍କଧର ବାରିକ କାର୍ଯ୍ୟକ୍ରମ ର ସାମ୍ୟକ ସୂଚନା ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ନିଶା ମୁକ୍ତ ଭାରତ ଗଠନରେ ଯୁବ ଶକ୍ତି ମାନେ ଆଗକୁ ଆସିବାକୁ ବୁଝାଇ କହିଥିଲେ। ଏହାକୁ ପ୍ରିୟ ର ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟଲକ୍ଷ୍ମୀ ତରାଇ, ଲକ୍ଷ୍ମୀପ୍ରିୟା ନାୟକ ପରିଚାଳନା କରିଥିଲେ।