ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତ - ବ୍ରିଟେନଚୁକ୍ତି ଓ ଟ୍ରମ୍ପଙ୍କ ତାରିଫ୍ ଧମକ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ

ଢେଙ୍କାନାଳ, 13/08/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ଦଶଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭାରତ ଓ ବ୍ରିଟେନ୍ ମଧ୍ୟରେ ହେଉଥିବା ଜନ‌ବିରୋଧୀ ଚୁକ୍ତି ଓ ଟ୍ରମ୍ପଙ୍କ ତାରିଫ୍ ଧମକ ପରିପ୍ରେକ୍ଷୀରେ ଜାତୀୟ ସାର୍ବଭୌମତ୍ୱ ରକ୍ଷା ଓ କର୍ପୋରେଟ୍ ଭାରତ ଛାଡ ଦାବିରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ହେଲା- ଭାରତ ସରକାର ଆମେରିକାର ତାରିଫ୍ ଧମକକୁ ପ୍ରତ୍ୟାଖ୍ୟାନ କରି ରୁଷିଆ ସମେତ ସମସ୍ତ ଦେଶ ସହ ବାଣିଜ୍ୟ କରିବାର ଅଧିକାରକୁ ସୁରକ୍ଷିତ କରନ୍ତୁ, ଭାରତ ଓ ବ୍ରିଟେନ୍ ମଧ୍ୟରେ ବାଣିଜ୍ୟ ସଂକ୍ରାନ୍ତୀୟ ଚୁକ୍ତିକୁ ସମୀକ୍ଷା ଓ ସଂଶୋଧନ କରନ୍ତୁ, ଆମେରିକା ଓ ଭାରତ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତିକୁ ବନ୍ଦ କରନ୍ତୁ, ଗୁପ୍ତ ଭାବରେ କୌଣସି ଦେଶ ସହ ଚୁକ୍ତି ବନ୍ଦ କରନ୍ତୁ ଏବଂ ସର୍ବୋପରି ଭାରତ ଦେଶକୁ ବିଦେଶୀ କର୍ପୋରେଟ୍‌ମାନଙ୍କ ଦ୍ୱାରା ବଂଟନକୁ ବନ୍ଦ କରନ୍ତୁ । ଆଜିର ଏହି ବିକ୍ଷୋଭକାର୍ଯ୍ୟକ୍ରମରେ କୃଷକ ସଭା (ଏ.ଆଇ.କେ.ଏସ୍.)ର ନେତା ସରୋଜ ଶତପଥ, ସି.ଆଇ.ଟି.ୟୁ ନେତା ଶ୍ରୀଧର ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ଦୈତାରୀ ନାଏକ, ଅନ୍ତର୍ଯ୍ୟାମୀ ନାଏକ ଓ ରୋହିତ ବାରିକ, ଦଳିତ ଶୋଷଣ ମୁର୍ତ୍ତି ମଂଚର ଜିଲ୍ଲା ସଭାପତି ସରୋଜ ମଲ୍ଲିକ, କିଷାନ୍ କଂଗ୍ରେସ ତରଫରୁ ନକୁଳ ରାଉତ, ହେମନ୍ତ ବେହେରା, ଏଆଇସିୟୁଟିୟୁର ଜିଲ୍ଲା ପ୍ରତିନିଧ ରବି ରଥ, ଏଆଇସିସିଟିୟୁର ଜିଲ୍ଲା ପ୍ରତିନିଧ ଶ୍ରୀନିବାସ ସାହୁ, ଏଲ୍‌ପିଏର ଜିଲ୍ଲା ପ୍ରତିନିଧୁ ସରୂପାନନ୍ଦ ଦାସ,
Article Image
1