ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାରଳା ମହାବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଲେ ସହ ସହ ଛାତ୍ର ଛାତ୍ରୀ

ରାହାମା, 13/08/2025, ଉତ୍କଳ voice news - utkalvoicenews.com ( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) 👉🏻
Article Image
ଜଗତସିଂହପୁର ଜିଲ୍ଲା ର ରାହାମା ରେ ଥିବା ସାରଳା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି,ଏହି ଶୋଭା ଯାତ୍ରାରେ ସମସ୍ତ ଛାତ୍ର ଛାତ୍ରୀ ମାନେ ତ୍ରିରଙ୍ଗା ଶୋଭା ଯାତ୍ରାର ମୁଖ୍ୟ ସଂଯୋଜକ ରାକେଶ କୁମାର କାଣ୍ଡି ଙ୍କ ତତ୍ତ୍ଵାବଧାନରେ ବିଶାଳ ଶୋଭା ଯାତ୍ରାରେ ବାହାରି ପ୍ରାୟ ଦୁଇ କିଲୋମିଟର ରାଲି ରେ ପ୍ରଚଣ୍ଡ ରୌଦ୍ର ତାପରେ ଯାଇ କଲେଜ ପରିସରରେ ପହଁଚିଥିଲେ,ଏହି ଶୋଭା ଯାତ୍ରାରେ କଲେଜ ର ଅଧକ୍ଷ ଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଅଧକ୍ଷ ସୁବାସ ଚନ୍ଦ୍ର ନାୟକ,ମନୋଜ କୁମାର ମହାନ୍ତି ବରିଷ୍ଟ ଅଧ୍ୟାପକ,ରମେଶ ଚନ୍ଦ୍ର ମହାପାତ୍ର ଅଧ୍ୟାପକ,ସୁମନ ସଙ୍ଗୀତା ନାୟକ ଅଧ୍ୟାପିକା ,ଲକ୍ଷ୍ମୀ ପ୍ରିୟା ମଲ୍ଲ ଅଧ୍ୟାପିକା, ପ୍ରଣିତା ଦାସ ଅଧ୍ୟାପିକା,ନୃସିଂହ ଚରଣ କୁଁଅର ମୁଖ୍ୟ କିରାଣୀ ,ରାକେଶ ରଞ୍ଜନ ଦାସ ବିଜ୍ଞାନ ଗାର ସହାୟକ,ପ୍ରମୋଦ କୁମାର ରାଉତ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ,ଏହା ସରକାରଙ୍କର ଏକ ଗୁରୁତ୍ଵ ପୂର୍ଣ୍ଣ ପଦକ୍ଷେପ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ର ସ୍ମୃତିକୁ ମନେ ପକାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକତା ଜାତୀୟ ସଂହତି ସୃଷ୍ଟି କରିବା,ସୃଜନ ଶିଳତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶକୁ ସ୍ଵାଧୀନତା ଆଣିବାରେ ବିର ଯବାନ ମାନଙ୍କର ଗାଥା ମନେ ପକାଇ ଗର୍ବ ଗୌରବ ପାଇଁ ତ୍ରିରଙ୍ଗା ପତାକା ତଳେ ଏକତା ପାଇଁ ଏକତ୍ରିତ ହେବା ତ୍ରିରଙ୍ଗା ଶୋଭାଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ.
Article Image
Article Image
10