ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ସ୍ବଦେଶୀ ସୁରକ୍ଷା ସ୍ବାବଲମ୍ବନ ଅଭିଯାନ

ବୁଗୁଡ଼ା, 13/08/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) 👉🏻
Article Image
ଅଗଷ୍ଟ କ୍ରାନ୍ତୀ ଦିବସ ଅବସରରେ ସ୍ବଦେଶୀ ସୁରକ୍ଷା ସ୍ବାବଲମ୍ବନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସାରା ଦେଶରେ ସ୍ବଦେଶୀ ସୁରକ୍ଷା ଓ ସ୍ବାବଲମ୍ବନ ଶଙ୍ଖନାଦ ଅଭିଯାନ ଦ୍ବାରା ବିଦେଶୀ କମ୍ପାନୀ ଭାରତ ଛାଡ, ସ୍ବଦେଶୀ ଜିନିଷ ଗ୍ରହଣ ଓ ବିଦେଶୀ କମ୍ପାନୀ ଜିନିଷ ବର୍ଜନ ଏହାର ମୂଳଲକ୍ଷ୍ୟ ରହିଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନତା କରିବା ରହିଅଛି।ଏହି କାର୍ଯ୍ୟକ୍ରମ ସ୍ଵଦେଶୀ ଜାଗରଣ ମଞ୍ଚ, ଓଡିଶା ପୂର୍ବ ପ୍ରାନ୍ତ ଦ୍ବାରା ଆୟୋଜନ ଗତ ୬ ତାରିଖରେ ଭୁବନେଶ୍ଵର ରେ ମଧ୍ଯ ପ୍ରାନ୍ତ ସ୍ତରୀୟ କାର୍ଯ୍ୟକ୍ରମ ଶଙ୍ଖନାଦ ର ଆରମ୍ଭ ହୋଇଥିଲା l ଏହାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇ ଅଛି ।ଏହି ଅବସରରେ ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ଯୁବ ପ୍ରମୁଖ ରାକେଶ ଜେନା ଓ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ସୌଭାଗ୍ୟ ମହାନ୍ତି ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରୀ ଯୋଗଦେଇ ଥିଲେ।
Article Image
Article Image
1