ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁନାଗହଣା ନଗଦ ମୋବାଇଲ୍ ଫୋନ ଓ ଗାଡ଼ି ଜବତ କରି 6ଜଣ ଦୁର୍ବୃତ୍ତଙ୍କୁ ଗିରଫ

ରାୟଗଡ଼ା, 13/08/2025, ଉତ୍କଳ voice news - utkalvoicenews.com( ରାୟଗଡାରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ରେଳବାଇ ଷ୍ଟେସନର ଆର ପି ଏଫ (ସି ଆଇ ବି) ଓ ଜିଆର୍ ପି. ଅଧିକାରୀ ମାନଙ୍କ ମିଳିତ ଅଭିଯାନରେ ସଫଳତାର ସହ ସୁନାଗହଣା ନଗଦ ବେଗ ଝାମ୍ପୀ ନେଇ ଥିବା 06ଜଣ ଦୃର୍ବୁତ୍ତ ଙ୍କୁ ଗିରଫ କରିବା ସହ ସେମାନେ ଝାମ୍ପି ନେଇ ଥିବା ସୁନା ଗହଣା, ନଗଦ ଓ ସେମାନଙ୍କ ନିକଟ ରେ ଥିବା ମୋବାଇଲ ଓ ଗାଡି ଜବତ କରିଛନ୍ତି। ସୁଚନା ଅନୁଯାୟୀ ୦୩.୦୮.୨୦୨୫ ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଗାଯୁୱାକା ବାସିନ୍ଦା ଅଭିଯୋଗକାରି ରୌପୁଦ୍ଦିନ ମୁଲ୍ଲା (୪୬),ସେହି ଦିନ ଏକ ନୀଳ କ୍ୟାରି ବ୍ୟାଗରେ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ଧରି ରାୟଗଡାରୁ ବିଶାଖାପାଟଣା ଫେରୁଥିବା ସମୟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଅନୁସରଣ କରୁଥିଲେ। ରାୟଗଡାରୁ ବିଶାଖାପଟ୍ଟଣମ୍‌କୁ ରାୟଗଡା ଓ ଗୁଣ୍ଟୁର୍ ପ୍ୟାସେଞ୍ଜର୍ ଟ୍ରେନ୍‌ରେ ଯାଉଥିବା ବେଳେ ବି-୨ କୋଚ୍, ସିଟ୍‌ ନମ୍ବର ୩୯ରେ ବସିଥିବା ବେଳେ, ଜେମାଦେଇପେଣ୍ଠ ଷ୍ଟେସନ୍‌ ରେ ଅଜଣା ୦୬ ଜଣ ଦୁର୍ବୃତ୍ତ ମାନେ ତାଙ୍କର ନୀଳ ବ୍ୟାଗ୍‌ ଝାମ୍ପି ପଳାଇଯାଇଥିଲା। ସେହି ବ୍ୟାଗ୍‌ରେ ସୁନାର ବାଳା, ହାର, ଚେନ୍‌, ଏ.ଟି.ଏମ୍ କାର୍ଡ୍, କ୍ରେଡିଟ୍ କାର୍ଡ୍, ଆଧାର କାର୍ଡ୍ ଓ ନଗଦ ଟଙ୍କା ଥିଲା। ଏହି ଘଟଣାକୁ ନେଇ ଗତ ୦୪.୦୮.୨୦୨୫ ତାରିଖ ମଧ୍ୟାର୍ନ ୦୨ଘଣ୍ଟା ୦୭ରେ ରାୟଗଡା ଜିଆର୍ ପି.ଏସ୍‌ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ଏହି ଅଭିଯୋଗ ଆଧାର କରି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଏହା ପରେ ରାୟଗଡା ଜିଆର୍ ପି.ଏସ୍‌ରେ କେସ୍‌ ନମ୍ବର-୪୦/୨୦୨୫ ରୁଜୁ କରାଯାଇଥିଲା।ଏସ୍‌.ଆର୍‌.ପି. ରାଉରକେଲାଙ୍କ ନିର୍ଦ୍ଦେଶରେ, ଏସ୍‌.ଆଇ. ଅଲୋକ୍ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଓ ତଦନ୍ତ କରି ଜାଲ ବିଞ୍ଚାଇ ୦୬ ଜଣ ଙ୍କୁ ଗିରଫ କଲେ ଅଭିଯୁକ୍ତମାନେ ହେଲେ ଉଲ୍ଲାକୁ ଶ୍ରୀନୁ (28),ପଲ୍ଲେକ୍ ମୁର୍ଲି (31),ଏ. ବେନୁ ଗୋପାଳ ସ୍ଵାମୀ (23) ଏ. ଏଶ୍ୱର @ ଏଶୁ (18),ଗୋବିନ୍ଦ ବାଘ (19), ବିଧାର ବାଘ (23) – ମୁମାର ସନରାଇଜ ଜ୍ୱେଲେରି ଦୋକାନର ସେଲ୍ସମ୍ୟାନ୍‌। ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ସୁନା ଗହଣା, ନଗଦ 2,25,000/- ଟଙ୍କା , ୦୬ ଟି ମୋବାଇଲ୍ ଫୋନ ଓ ଗାଡ଼ି ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ଗୋଟିଏ ସ୍ୱିଫ୍ଟ ଡିଜାୟାର କାର ଯାହାର ରେଜିଷ୍ଟ୍ରେସନ୍ ନଂ-OD1887776 ଓ ଅଭିଯୁକ୍ତ ଉଲାକୁ ଶ୍ରୀନୁଙ୍କ ଦ୍ୱାରା କିଣାଯାଇଛି ଗୋଟିଏ OMNI କାର No-AP35E9094 ଜବତ କରିଛନ୍ତି। ଏହି ତଦନ୍ତ ରେ ଆର ପି ଏଫ (ସି ଆଇ ବି) ଓ ଜିଆର୍ ପି. ଅଧିକାରୀ ମିଳିତ ଅଭିଯାନରେ ସାମିଲ ଅଧିକାରୀ ମାନେ ହେଲେ ଆର ପି ଏଫ୍ ଦଳର ଏସ ଇ ସରୋଜ ବାରିକ, କେ ଏସ ଭି କୁମାର, ଏମ ଏସ ରାଓ, ଜିଆର୍ ପି. ଦଳର ଏ ଏସ ଆଇ ମହାଦେବ ଶର୍ମା, ଏମ ସିଏଚ ଗୌଡ ଓ ଏ ବୈଦ୍ୟ ଓ ଅନ୍ୟ ମାନେ ସହୋଜଗ କରିଥିଲେ। ଦୃର୍ବୁତ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ କୁ ପଠାଯାଇଥିଲା। ରାୟଗଡାରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
Article Image
Article Image
1