ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଡତିରା ଗ୍ରାମ ପଞ୍ଚାୟତର ତ୍ରିରଙ୍ଗା ପଦଯାତ୍ରାରେ ସହ ସହ ମହିଳା ଓ ପୁରୁଷଙ୍କ ଯୋଗଦାନ

ଜଡତିରା, 14/08/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓ ଓଡିଶା ସରକାରଙ୍କ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ନିର୍ଦ୍ଦେଶ କର୍ମେ ଆଜି ଜଡତିରା ଗ୍ରାମ ପଞ୍ଚାୟତ ରେ ଜଡତିରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବ ପ୍ରସାଦ ସାହୁ (ବିକନ) ନେତୃତ୍ୱ ରେ ଆଜି ପଞ୍ଚାୟତ ବାସୀଙ୍କ ଦ୍ୱାରା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହେଇଯାଇଛି | ଉକ୍ତ ପଦଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟ ରୁ ବାହାରି ମଣିଜଙ୍ଗା ବଜାର,ଜଡତିରା ଓ ଅରଡା ଗ୍ରାମ ପରିକ୍ରମା କରିଥିଲା ,ଶେଷରେ ପଞ୍ଚାୟତ ବାସୀଙ୍କ ଉଦ୍ଦେଶ୍ୟ ରେ ସରପଞ୍ଚ ଙ୍କ ବାର୍ତ୍ତା ଥିଲା ୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ତ୍ରିରଙ୍ଗା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଗର୍ବ l ଏହା ସାହସ, ବୀରତ୍ୱ, ଶାନ୍ତି, ଭାତୃତ୍ଵ ଓ ପ୍ରଗତିର ପ୍ରତୀକ l ତ୍ରିରଙ୍ଗା ଶୋଭାଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତିକୁ ଉଦ୍ରେକ କରାଇବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣିଥରେ ଆମକୁ ମନେପକାଇ ଦେଇଥାଏ l
Article Image
ଆସନ୍ତୁ, ସମସ୍ତେ ଦେଶଭକ୍ତିର ଭାବନାରେ ହର ଘର ତ୍ରିରଙ୍ଗା ଅଭିଯାନରେ ଯୋଡି ହୋଇ ନିଜର ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ସଂହତି, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା l
Article Image
1