ଏରସମା, 14/08/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜୀବନବ୍ୟାପୀ ସମାଜସେବା ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଯୋଗୁଁ ଆମ ଜିଲ୍ଲାର ଅଗ୍ରଣୀ ସମାଜସେବୀ ଓ ରାଜନେତା ଶିଶିର କୁମାର ବିଶ୍ୱାଳ ଙ୍କୁ ୱାର୍ଲଡ ଚାରିଟେବୁଲ ୱେଲଫେୟାର ଫାଉଣ୍ଡେସନ, ନୂଆ ଦିଲ୍ଲୀ ତରଫରୁ ମର୍ଯ୍ୟାଦା ଜନକ ଡକ୍ଟର ବି. ଆର. ଆମ୍ବେଦକର ଆନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଉପରୋକ୍ତ ପଞ୍ଜିକୃତ ସର୍ବ ଭାରତୀୟ ଅନୁଷ୍ଠାନ ଆନୁକୂଲ୍ୟରେ ରାଉରକେଲା, ଉଦିତ ନଗର ସ୍ଥିତ, ସ୍ମାଟ ସିଟି ଲାଇବ୍ରେରୀ କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଂସ୍ଥାର ଓଡିଶା ସଂଯୋଜକ ଶ୍ରୀ ଅମର ବାଗ ଉତ୍ସବରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଲୀର ମାନ୍ୟବର ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶିକ୍ଷାବିତ୍ ଆଶିଷ ପଟ୍ଟନାୟକ, ବବିତା ମିଶ୍ର, ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ, ଡ. କିଶନ ଲାଲ ପ୍ରମୁଖ ଯୋଗଦେଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶ୍ରୀ ବିଶ୍ୱାଳ ଦୀର୍ଘ ତିରିଶ ବର୍ଷ ରୁ ଅଧିକ ସମୟ, ସମାଜସେବାରେ ଅତିବାହିତ କରି ଏକ ବିରଳ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ଚଳିତ ମାସ ୩ ତାରିଖ ରେ ଉତ୍କୃଷ୍ଟ ସମାଜ ସେବା ପାଇଁ ବ୍ୟାସ ଫାଉଣ୍ଡେସନ ତରଫରୁ 'ବ୍ୟାସ ସେବା' ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି ଭଳି ମର୍ଯ୍ୟାଦା ଜନକ ସମ୍ମାନ ପ୍ରାପ୍ତି ଯୋଗୁଁ ଶ୍ରୀ ବିଶ୍ୱାଳ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।