ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାମା ମସଜିଦ ପରିସରରେ ମୁସଲିମ କମ୍ୟୁନିଟି ତରଫରୁ ୭୯ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଅଛି।

ଢେଙ୍କାନାଳ, 15/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ଶୁକ୍ରବାର ଢେଙ୍କାନାଳ ଜାମା ମସଜିଦ ପରିସରରେ ମୁସଲିମ କମ୍ୟୁନିଟି ତରଫରୁ ୭୯ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଅଛି। ମଦରସା ର ମୁଖ୍ୟ ପରିଚାଳକ ଜନାବ୍ ହାଫିଜ୍ ଅବରାର୍ ସାହାବ୍ ଜାତୀୟ ପତାକା ଉତ୍ତୋଳନ କରି ଦେଶ ସ୍ଵାଧୀନତା ରେ ଭାରତୀୟ ମାନଙ୍କର ତଥା ମୁସଲମାନ ମାନଙ୍କର ଅବଦାନ ବିଷୟରେ କହୁଥିଲେ। ଜାମା ମସଜିଦ ର ଇମାମ୍ ଜନାବ୍ ମୁଦ୍ଦଶିର୍ ସାହାବ୍ ସାରେ ଜାହଁ ସେ ଅଛା ହିନ୍ଦୁସ୍ତାନ ହମାରା ରାଷ୍ଟ୍ରୀୟ ଗାନ କରିଥିଲେ।ମଦରସା ର କୁନି କୁନି ପିଲା ମାନେ ସ୍ଵାଧୀନତା ବିଷୟରେ ସଂକ୍ଷିପ୍ତ ଭାଷଣମାନ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାମା ମସଜିଦ ପରିଚାଳନା କମିଟି ର ସଭାପତି ଜନାବ ସମଦ ସାହାବ୍,ଉପ ସଭାପତି ହାଜି ଜନାବ୍ ଅଫଜଲ୍ ସାହାବ୍, ସମ୍ପାଦକ ଜନାବ୍ ହସରତ ହୁସେନ୍ ସାହାବ୍,ସହ ସମ୍ପାଦକ ଜନାବ୍ ନୁରୁଲ୍ ଇସଲାମ୍ ସାହାବ୍ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସହର ର ବହୁ ମାନ୍ୟଗଣ୍ୟ ଲୋକ ଯଥା ହାଜି ଜନାବ୍ ଅର୍ସଦ୍ ସାହାବ୍, ହାଜି ଜନାବ୍ ଅନସାର୍ ସାହାବ୍, ହାଜି ଜନାବ୍ ସରୱର୍ ସାହାବ୍, ହାଜି ଜନାବ୍ ହସନ୍ ସାହାବ୍, ହାଜି ଜନାବ୍ ଜାକିର ସାହାବ୍, ମୁକ୍ତାର ଅଲ୍ଲୀ, ଅହେସାନ ଅଲ୍ଲୀ, ୱାସିମ୍ ବେଗ୍, ଏମ ଡି ମାସୁକ୍, ସଜ୍ଜାତ୍ ଅଲ୍ଲୀ, ନୁରୁଲ୍ ମୁସ୍ତକିମ୍,ଅବଦୁଲ ରହେମାନ୍ ସାହାବ୍, ମୋଜାମ୍ମିଲ୍ ବେଗ୍,ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ ହେଲା।
Article Image
1