ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ମହାସମାରୋହରେ ସ୍ଵାଧୀନତା ଦିବସ ପାଳନ l*

ପାରାଦୀପ ଗଡ, 15/08/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ୭୯ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ କରାଯାଇଛି l ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶତାଧିକ ମହିଳା, ୱାର୍ଡ ସଭ୍ୟ,ସଭ୍ୟା ଓ ଯୁବକ ମାନଙ୍କ ଉପସ୍ଥିତି ର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଜାତୀୟ ପତାକା ଉତ୍ଵଳନ କରିଥିଲେ l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିପକ ପ୍ରସାଦ ସ୍ବାଇଁ ଯୋଗଦେଇ ପଞ୍ଚାୟତ ପାଇଁ ସୁନାମ ଅର୍ଜନ କରିଥିବା ରାଜ୍ୟ କରାଟେ ଚାମ୍ପିଅନସିପ ରେ ୩୫ ଗୋଟି ସ୍ଵର୍ଣ୍ଣ ପଦକ ଜିତିଥିବ ପାରାଦୀପ କରାଟେ ଆସୋସିଏସନ୍ ର ୩୦ ଜଣ ପ୍ରତିଯୋଗୀ ଙ୍କୁ ପଦକ, ଉତ୍ତରୀୟ ଓ ପଞ୍ଚାୟତ ପ୍ରତିଭା ପୁରସ୍କାର ପ୍ରଦାନ କରିଥିଲେ l ପଞ୍ଚାୟତ ମହିଳା ମହାସଂଘ ର ୧୩ ଜଣ ସି.ଆର.ପି ଓ ଏମ୍.ବି.କେ., ଓ ବ୍ୟାଙ୍କ୍ ମିତ୍ର ଏବଂ ମାଟ୍ରିକ ପରୀକ୍ଷାରେ ୭୦% ରୁ ଅଧିକ ନମ୍ବର ରଖିଥିବା ୪ଟି ହାଇ ସ୍କୁଲ ର ୨୪ ଜଣ କୃତି ଛାତ୍ର, ଛାତ୍ରୀ ଙ୍କୁ ପ୍ରମାଣପତ୍ର, ଟ୍ରଫି ପ୍ରଦାନ କରଯାଇଥିଲା l ସେହିପରି ସମାଜ ସଂସ୍କାର ପାଇଁ କାର୍ଯ୍ଯ କରୁଥିବା ଚୁନବେଲାରି ଗ୍ରାମ ର ମା କେନ୍ଦୁଆଣୀ ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ସ୍କୁଲ୍ ମାନଙ୍କରେ ପଞ୍ଚାୟତ ଦ୍ବାରା ଆୟୋଜିତ ସାଧାରଣ ଜ୍ଞାନ ପରୀକ୍ଷାରେ ଶ୍ରେଷ୍ଟ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର, ଛାତ୍ରୀ ମନଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଏମ୍.ବି.କେ. କଳ୍ପନା ମହାପାତ୍ର, ବିଷ୍ଣୁ ଚରଣ ସ୍ବାଇଁ, ଗଗନ ବିହାରୀ ସ୍ବାଇଁ ଯୋଗଦେଇ ସରପଞ୍ଚ ଙ୍କ ଏପରି ଉଚ୍ଚ ମାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ, ଉକ୍ତ ଉତ୍ସବ କୁ ସର୍ବଶ୍ରୀ ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ଅଲେଖ ମହାରଥା, ଶୁକଦେବ ତରାଇ, ରମେଶ ବେହେରା, ପ୍ରଭାତ ସାହୁ, ବିଚିତ୍ର ପ୍ରଧାନ, ସୁଭସ୍ମିତା ମଙ୍ଗରାଜ, କିରଣ ଦାସ, ମନୋଜ ରାଉତ, ରାଜେନ୍ଦ୍ର ବେହେରା, ଅଭିମନ୍ୟୁ ସେଠୀ, ସତ୍ୟନାରାୟଣ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର, କଳ୍ପନା ଦାଶ, ସନାତନ ମାଝି ପ୍ରମୁଖ ପରିଚାଳନା କରିଥିଲେ l
Article Image
Article Image
Article Image
Article Image
2