ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜାଭିୟର ବିଦ୍ୟାଳୟ ରେ ସ୍ବାଧୀନତା ଦିବସ ମହା ମହାସମାରୋହରେ ପାଳିତ*

ରାହାମା, 15/08/2025, ଉତ୍କଳ voice news - utkalvoicenews.com(କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ର ବିଭିନ୍ନ ବିଦ୍ୟାଳୟ, ସାମାଜିକ ଅନୁଷ୍ଠାନ, କ୍ଲବ, ସ୍ବେଛାସେବୀ ସଂଗଠନ, ବଜାର କମିଟି କାଯ୍ୟଳୟ ପରିସରରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି । ସମସ୍ତେ ଆଜି ଭଳି ପବିତ୍ର ଦିନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜାତିର ପ୍ରତୀକ ତ୍ରିରଙ୍ଗା ପତାକା ତଳେ ଏକତ୍ରିତ ହୋଇ ଦେଶପ୍ରେମ ର ପରିଭାଷା ପରିପ୍ରକାଶ କରିଛନ୍ତି l
Article Image
୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତିରେ ଗୋରା ଲୋକ ବା ଇଂରେଜ ଲୋକଙ୍କୁ ଦେଶରୁ ତଡି ଦିଆଗଲା ଆଉ ୧୫ତାରିଖ ନୂଆ ସକାଳର ସୂର୍ଯ୍ୟୋଦୋୟ ଆସିବା ପରେ ଦେଶ ସ୍ବାଧୀନ ହୋଇଗଲା । ଆଉ ସେହିଦିନ ଟିକୁ ଆମ ଦେଶ ପରାଧୀନ ଶାସନର ମୁକ୍ତି ପାଇଁ ସ୍ବାଧୀନ ପାଇଥିବାରୁ ଆମେ ସ୍ବାଧୀନତା ଦିବସ ରୂପେ ପାଳନ କରୁ । ଗୋରା ସରକାରଙ୍କ ଠାରୁ ଆମ ଦେଶକୁ ସ୍ବାଧୀନ ଭାବରେ ଛଡାଇ ଆଣି ବହୁ ବିଶିଷ୍ଟ ବ୍ୟକ୍ତି ବା ମହାପୁରୁଷ ଦେଶ ପାଇଁ ବା ବିଶ୍ବ ପାଇଁ ଚିର ଅମର ହୋଇ ରହିଯାଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଭଗତ ସିଂ, ଜବାହରଲାଲ ନେହୁର, ସୁଭାଷ ଚନ୍ଦ୍ର ବୋଷ ଏମିତି ବହୁ ମହାପୁରୁଷ ଦେଶକୁ ଗୋରା ସରକାରଙ୍କ ଠାରୁ ଛଡାଇ ଆଣି ଇତିହାସର ବହି ଫର୍ଦରେ ନାଁ ପାଲଟି ଯାଇଛନ୍ତି l ଏହି ଅବସରରେ ତାଳପଡାସ୍ଥିତ ଜାଭିୟର ବିଦ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଜାତୀୟ ପତକା କୁ ଉତ୍ତୋଳନ କରିଥିଲେ ଜଣେ ଏମିତି ବ୍ୟକ୍ତିତ୍ୱ,ସେ ହେଉଛନ୍ତି ଏକାଧାରାରେ ଜଣେ ସମାଜସେବୀ, ଆଇନଜୀବୀ, ସାମାଜିକ କର୍ମୀ ତଥା ମହାପ୍ରଭୁ ଜଗନ୍ନାଥଙ୍କର ପ୍ରଚାରକ ଡ଼ ସୁନାକାର ବେହେରା ମହୋଦୟ l ସୁନାକାର ବାବୁ ଜଣେ ଏମିତିକା ବ୍ୟକ୍ତିତ୍ୱ ଯାହା ରାହାମା ଅଞ୍ଚଳ ଠାରୁ ଆରମ୍ଭ କରି ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସମ୍ମାନର ଉପାଧି ପାଇଛନ୍ତି l ବିଗତ ଦିନରେ ରାହାମା ଅଞ୍ଚଳର ସବୁ ସାମାଜିକ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ସୁତରାଂ ରଥଯାତ୍ରା ରେ ମୁଖ୍ୟ ପରିଚାଳକ ର ଦାୟିତ୍ୱ ନିଭାଇ ଆସିଛନ୍ତି l ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାସ ଏବଂ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ମନୋରଞ୍ଜନ ସାହୁ, ସାମ୍ବାଦିକ ମନୋଜ ଜେନା, ସମାଜସେବୀ ଆଦିତ୍ୟ ପ୍ରଶନ ମହାନ୍ତି,ଅଶୋକ କୁମାର ଚୌଧୁରୀ, ପ୍ରଧାଶିକ୍ଷକ ଅଶୋକ କୁମାର ସାହୁ l ଏଥି ସହିତ ବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ, ପୂଜାଲିନ ସାହୁ, ଅର୍ଚନା ସାହୁ, ଲିପ୍ରିୟା ରାଉତ, ଶ୍ରାବଣୀ ଶମ୍ଭୁତା ସାହାଣୀ, କ୍ରିଷ୍ଣା କାବେରୀ ପ୍ରିୟଦର୍ଶିନୀ, ଶୁଭସ୍ମିତା ସ୍ୱାଇଁ, ସୁଚିତ୍ରା ପଣ୍ଡା, ମଞ୍ଜୁଶ୍ରୀ ପଣ୍ଡା, ମନ୍ଦାକିନୀ ମହାନ୍ତି, ଉଷାରାଣି ନାୟକ, ସସ୍ମିତା ସାହୁ, ଗୌତମ ପାଗଡ଼, ସାରଦା ପ୍ରସାଦ ପରମାଣିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଦିବସ ପାଳନ କୁ ସୁଚାରୁରୂପେ ପରିଚାଳନା କରିଥିଲେ l
Article Image
1