ତିର୍ତ୍ତୋଲ, 15/08/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :

ମହାନଦୀ-ପାଇକା ମଧ୍ୟବର୍ତ୍ତି ଦୋଆବ ଅଂଚଳ କୁହାଯାଉଥିବା ବଉଳାଗଂ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ନିକଟରେ ଶୁକ୍ରବାର ପ୍ରତିବର୍ଷ ଭଳି ପାଳିତ ହୋଇଛି ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ ଲୀଳା ସଙ୍ଗିନୀ ଶ୍ରୀଶ୍ରୀବଡ଼ମା ଙ୍କ୧୩୨ତମ ଜନ୍ମ ଉତ୍ସବ।ଏହି ଉତ୍ସବ ରେ ଅଧକ୍ଷତା କରିଥିଲେ ସ ପ୍ର ରି. ରତ୍ନାକର ନାୟକ, ଅନ୍ୟମାନଙ୍କ ମଧ୍ୟରେ ସ. ପ୍ର .ରି.ସୁରେନ୍ଦ୍ରନାଥ ଷଡଙ୍ଗୀ, ଦୀପକ ରଞ୍ଜନ ରାଜଗୁରୁ, ସତ୍ୟବାନ ତ୍ରିପାଠୀ, କେଶବ ଚନ୍ଦ୍ର ଦାସ, ପରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଉତ୍ତମ ଚରଣ ରାଉତ, ଆଲୋଚନାରେ ଅଂଶଗ୍ରହଣ କରିଥିଲେ ତିର୍ତ୍ତୋଲ କଲେଜ ପ୍ରାକ୍ତନ ଅଧକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ, ବରିଷ୍ଟ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, କର୍ମୀ ନିର୍ମଳ ଚନ୍ଦ୍ର ଜେନା, ଦୀପକ ରଞ୍ଜନ ରାଜଗୁରୁ, ସତ୍ୟବାନ ତ୍ରିପାଠୀ ଓ ରତ୍ନାକର ନାୟକ।ଶ୍ରୀଶ୍ରୀଠାକୁର ଯଦି ନାରୀରୁପରେ ଆସିଥାନ୍ତେ ତେବେ ସେ ଶ୍ରୀଶ୍ରୀବଡ଼ମା ହିଁ ହୋଇଥାନ୍ତେ ବୋଲି ଶ୍ରୀଶ୍ରୀଠାକୁର କହିଛନ୍ତି।ଶ୍ରୀଶ୍ରୀଠାକୁର ଙ୍କ ମୁଖ ନିସୃତ ନାରୀର ନୀତି ଯାହାଙ୍କ ଜୀବନ ରେ ବାସ୍ତବାୟିତ ହୋଇଛି ସେ ହେଉଛନ୍ତି ଶ୍ରୀଶ୍ରୀବଡ଼ମା,ସାରା ନାରିଜଗତ ପାଇଁ ମହାନ ଆଦର୍ଶ, ତାଙ୍କରି ଆଦର୍ଶରେ ନାରୀଟିଏ ଚଳିଲେ ଜଣେ ଦକ୍ଷ ନାରୀରେ ପରିଣତ ହୋଇଉଠିବ ବୋଲି ଆଲୋଚକ ମନେ ବକ୍ତବ୍ୟରେ କହିଥିଲେ।ଏହି କର୍ଯ୍ୟକ୍ରମକୁ ସୌରୀକାନ୍ତ ପରିଜା, କୃଷ୍ଣ ଚନ୍ଦ୍ର ମହାପାତ୍ର,ବୁଲୁ, ରଞ୍ଜିତ, ଜିତୁ, ଓ ସ୍ଥାନୀୟ ଅଞ୍ଚଳର ଭାଇ ଓ ମା ମାନେ।