ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ଵୀପ ଗଡ଼ ନିମିଢ଼ି ସ୍ଥିତ ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳିତ।

ପାରାଦ୍ଵୀପ ଗଡ଼ ନିମିଢ଼ି, 16/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାରାଦ୍ଵୀପ ଗଡ଼ ଗ୍ରାମ ପଞ୍ଚାୟତରେ ଥିବା ପାରେଶ୍ଵର ଉଚ୍ଚ ବାଳିକା ବିଦ୍ୟାଳୟରେ ପିତାମାତା ସହଭାଗିତା ଓ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ପାରାଦ୍ଵୀପ ଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ପିତା ମାତା ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ତେବେ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଛାତ୍ରୀ ମାନଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଅବିଭାବକ ଓ ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ଧ୍ୟାନ ଦେବାକୁ ପରାମର୍ଶ ଦେବା ସହ ସହିଦ୍ ବିର୍ସା ମୁଣ୍ଡାଙ୍କ ପରି ଦେଶ ମାତୃକାର ସେବା କରିବାକୁ ପରାମର୍ଶ ଦେଇଥିଲେ।ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପାରାଉ ଟୁଡୁ,ମୋନାଲିସା ସ୍ୱାଇଁ,ଯୋଗଦେଇ ସ୍କୁଲ ଅନ୍ତେବାସୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।ମାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସିର କୁଲୁ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ।ଏଥିସହିତ ଛାତ୍ରୀ ମାନଙ୍କ ଦ୍ବାରା ଚିତ୍ତା କର୍ଷକ ନାଚ,ଗୀତର ଆୟୋଜନ କରାଯାଇଥିଲା।ପାରେଶ୍ଵର ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି କର୍ଯ୍ୟକର୍ମକୁ ବରିଷ୍ଠ ଶିକ୍ଷକ ରାଜକିଶୋର ପ୍ରତିହାରୀ ଓ ଶ୍ରୀମତୀ ତୃପ୍ତି ଦାସ ପରିଚାଳନା କରିଥିଲେ।
Article Image
Article Image
1