ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତରୁ ଖସି ମହିଳା ଆହତ, ଲୋକଙ୍କ ମେଡିକାଲ ଭଙ୍ଗାରୁଜା

ଏରସମା, 22/01/2025, ଉତ୍କଳ voice news - utkalvoicenews.comଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତସ୍ଥିତ ଓରନାଳ ଗ୍ରାମରେ ଜଣେ ମହିଳା ଛାତରୁ ଖସି ଗୁରୁତର ଆହତ ହୋଇଛନ୍ତି l ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଆସିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା l ଉତ୍ୟକ୍ତ ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭଙ୍ଗା ରୁଜା କରାଯାଇଥିବା ନେଇ ଏରସମା ଥାନାରେ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ, ତିର୍ତୋଲ ଥାନା ଅନ୍ତର୍ଗତ ଖର୍ଦାସାହି ଗ୍ରାମର ସଂଗ୍ରାମ ଦାସଙ୍କ ସ୍ତ୍ରୀ ସୁମିତ୍ରା ଦାସ ( ୪୨ ) ଓରନାଳ ଗ୍ରାମର ଜଣକ ଛାତରୁ କୌଣସି କାରଣରୁ ଖସି ପଡ଼ିଥିଲେ l ତାଙ୍କୁ ଅଚେତ ଅବସ୍ଥାରେ ଚିକିତ୍ସା ପାଇଁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ତାଙ୍କୁ ଡ଼ା ଚନ୍ଦ୍ର ଶେଖର କର ଚିକିତ୍ସା କରିଥିଲେ l ସୁମିତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ l ଆମ୍ବୁଲାନ୍ସ ଡାକୁବାକୁ ନେଇ ଡାକ୍ତର କରଙ୍କ ସହିତ ବଚସା ହୋଇଥିଲା l ଏଥିରେ ଉତ୍ତେଜିତ ହୋଇ ଲୋକେ ଗାଳିଗୁଲଜ କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର କାଚ ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ ହୋଇଛି l
1