ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ସହରରେ ତ୍ରିରଙ୍ଗା ଶୋଭାଯାତ୍ରା

ବୁଗୁଡ଼ା, 15/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ସହରରେ ବିଜେପି ପକ୍ଷରୁ ସ୍ବାଧିନତା ଦିବସ ଅବସରରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ନଗର ସଭାପତି କେଦାରନାଥ ମହାରଣା ତତ୍ତ୍ଵାବଧାନରେ ବୁଗୁଡ଼ା ମାଁ ସନ୍ତୋଷୀ ମନ୍ଦିର ଠାରୁ ଏକ ବିରାଟ ବାଇକ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିରଞ୍ଚିନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମଦନମୋହନ ଛକଠାରେ ମଦନମୋହନ ପାଣିଗ୍ରାହୀଙ୍କ ସ୍ଥାପିତ ପ୍ରତିମୂର୍ତ୍ତିରେ ସମସ୍ତ ବିଜେପି କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଧାୟକ ପ୍ରତିନିଧି ହରିକୃଷ୍ଣ ସାହୁ ଓ ୟୁ ଯଜ୍ଞ ନାରାୟଣ ପାତ୍ର,ଯୁବ ମୋର୍ଚା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳ ସୁନୀଲ ପ୍ରଧାନ ଓ ଗୌରଚରଣ ପ୍ରଧାନ,ଆତ୍ମାର ସଭାପତି ସନ୍ତୋଷ କୁମାର ସାହୁ,ମଣ୍ଡଳ ପ୍ରଭାରୀ ପ୍ରଦୀପ କୁମାର ଦାସ, ନଟବର ଜେନା,ପ୍ରକାଶ ମହାରଥୀ, ଶେଷଦେବ ପାତ୍ର,ବସନ୍ତ ଦଳେଇ,ବିପିନି ବିହାରୀ ପରିଡ଼ା ସମେତ ଶତାଧିକ ଯୁବ, ବରିଷ୍ଠ ବିଜେପି କର୍ମକର୍ତ୍ତା ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।
Article Image
1