ତିର୍ତୋଲ, 15/08/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ର କୀର୍ତ୍ତନ ପୁର ଗ୍ରାମର କୃତିବାସ ଦାଶ ଙ୍କ ବଡ଼ ନାତୁଣୀ ଆଦ୍ୟଶା ପ୍ରିୟଦର୍ଶିନୀ ଦାଶ ଯିଏକି ଆଜି ଜିଲ୍ଲାରେ ଭାଷଣ ପ୍ରତିଯୋଗିତାରେ ତୃତୀୟ ଆସନ ଅଳଙ୍କୃତ କରିଛନ୍ତି।
ପୂର୍ବରୁ ତିର୍ତ୍ତୋଲ ବ୍ଲକ୍ ର ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା କୁ ଯାଇ ସେଠାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଆଜି ଏକ ସିତନ୍ତ୍ର ମଞ୍ଚ ଯାହାକି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ୭୯ ତମ ସ୍ବାଧିନତା ଦିବସ ଅବସରରେ ସଭା ସ୍ଥଳରେ ଜିଲ୍ଲା ପାଳ ,ଜିଲ୍ଲା ଆରକ୍ଷୀ ଅଧିକାରୀ, ପୌରପରିଷଦ ଅଧ୍ୟକ୍ଷା ,ଜିଲ୍ଲା ପରିଷଦ ସଭାପତି ଙ୍କ ଠାରୁ ଷ୍ଟେଜ ଉପରେ ମାନପତ୍ର ସିଲ୍ ପ୍ରଦାନ କରିଥିଲେ। ଏଥି ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଦ୍ୟଶା ପ୍ରିୟଦର୍ଶିନୀ ଦାଶ ଙ୍କ ପାଖକୁ ଅଭିନନ୍ଦନ ର ସୁଅ ଛୁଟି ଆସିଥିଲା ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ ,ପୂର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ମୃଣ୍ମୟ ସ୍ଵାଇଁ,ଶୁଭାଶିଷ ସ୍ଵାଇଁ, ଚନ୍ଦ୍ରଭାନୁ ଦାଶ ଏବଂ ଅନେକ ପଞ୍ଚାୟତ ବାସି ଙ୍କ ଅଭିନନ୍ଦନ ର ସୁଅ ଛୁଟି ଥିଲା।