ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ବାଦିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାରାଦୀପ, 15/08/2025, ଉତ୍କଳ voice news - utkalvoicenews.com ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖା ପକ୍ଷରୁ ସଭାପତି କର୍ମେଶ୍ବର ସ୍ୱାଇଁ ଙ୍କ ନେତୃତ୍ୱରେ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପାରାଦୀପ ଏଡିଏମ ଙ୍କୁ ଆଜି ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।ତେଣୁ ଅନ୍ୟ ରାଜ୍ୟ ଭଳି ଓଡିଶା ର ସାମ୍ବାଦିକ ମାନଙ୍କ କେତେକ ମୁଖ୍ୟ ସମସ୍ୟା ସମାଧାନ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଓଡ଼ିଶାରେ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ଯେଉଁ ଯେଉଁ ଦାବି ଗୁଡିକ ଉପସ୍ଥାପନ କରୁଛନ୍ତି ସେହି ଦାବି ଗୁଡିକ ସମାଧାନ କରିବା ନେଇ ସରକାର ପଦକ୍ଷେପ ନେବା ଆବଶ୍ୟକ।ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନି ପ୍ରଣୟନ କରିବା, ସାମ୍ବାଦିକ ଙ୍କୁ ୬୦ ବର୍ଷ ପରେ ପେନସନ ଲାଗୁ କରିବା, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକଙ୍କ ବାପ ମା ଙ୍କୁ ସାମିଲ କରିବା, ସ୍ୱାସ୍ଥ୍ୟ ବୀମା ରାଶି ୫ ଲକ୍ଷ ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଓ ସାମ୍ବାଦିକ ଙ୍କୁ ସରକାରୀ ବସ ରେ ମାଗଣା ଯାତାୟାତ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ କରାଯାଇଛି।ତେବେ ବର୍ତ୍ତମାନ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଉଥିବା ଓ ସେମାନଙ୍କୁ ସୁରକ୍ଷା ଦିଗରେ ଅଧିକ ଚିନ୍ତା କରିଥିବା କହିବା ସହିତ ସୁରକ୍ଷା ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉଥିବା ଏଡିଏମ ନିରଞ୍ଜନ ବେହେରା କହିଥିଲେ।
Article Image
ଏହା ସହିତ ପାରାଦୀପ ରେ ସାଧାରଣ ଲୋକଙ୍କ ସମସ୍ୟା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଏଡିଏମ ଙ୍କ ସହିତ କିଛି ସମୟ ଆଲୋଚନା ହୋଇଥିଲା।ବନ୍ଦର ସହର ପାରାଦୀପ ରେ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ପକ୍ଷରୁ କଣ ସବୁ ଅଧିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଏଡିଏମ ଙ୍କ ସହିତ ଆଲୋଚନା ହୋଇଥିଲା।ସମସ୍ତ ସାମ୍ବାଦିକ ଙ୍କୁ ବନ୍ଦର ସହରରେ ଘର ଯୋଗାଇ ଦେବାକୁ ସାମ୍ବାଦିକ ମାନେ ଦାବି ଉପସ୍ଥାପନ କରିଥିଲେ।ପରେ ଓଡିଶା ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ନେଇ ଏକ ଆଲୋଚନା ହେବା ସହ ସୁସ୍ୱାଦୁ ଭୋଜନ ର ଆୟୋଜନ କରାଯାଇ ସନସ୍ତଙ୍କୁ ଅଯାୟୀତ୍ୱ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଓଜେୟୁ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ବିଶ୍ୱାଳ ଙ୍କ ସମେତ ପାରାଦୀପ ଶାଖାର ମୁଖ୍ୟ ଉପଦେଷ୍ଟା ଆଜିତ କୁମାର ଦାସ, ସଭାପତି କର୍ମେସ୍ୱର ସ୍ୱାଇଁ, ସମ୍ପାଦକ ସମୀର କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଆଲୋକ ମହାପାତ୍ର, ଉପସଭାପତି ପ୍ରଶାନ୍ତ ଦାସ, ସୁଶୀଲ ପଟ୍ଟନାୟକ, ନିରଞ୍ଜନ ଆଚାର୍ଯ୍ୟ, ପୁରୁଷୋତ୍ତମ ଶତପଥୀ, ବସନ୍ତ କୁମାର ସାହୁ, ବିଶ୍ଵଜିତ ସାହୁ, ରାଜଦିପ ବିଶ୍ୱାସ, ରଶ୍ମି ରଞ୍ଜନ ପରିଡା ଓ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
1