ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜାମିଆ ଅଲ୍ ହବିବ ଓ ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳନ*

ତିର୍ତ୍ତୋଲ, 16/08/2025, ଉତ୍କଳ voice news - utkalvoicenews.comଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ :
Article Image
ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଏକ ଆଦର୍ଶ ଆବାସିକ ଶିକ୍ଷାନୁଷ୍ଠାନ ଜାମିଆ ଅଲ୍ ହବିବ୍ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶେଖ୍ ଲତିଫ ଉଦ୍ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ମଦ୍ରାସା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନl ଶେଖ୍ ରିୟାଜତ୍ ହୋସେନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଶିକ୍ଷକ, ଛାତ୍ର ଓ ଅନ୍ତେବାସୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଭାରତବର୍ଷ ର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ଆମକୁ ଏକ ହେବାକୁ ପଡ଼ିବ ଓ ଦେଶ ମାତୃକା ର ସେବାରେ ନିଜକୁ ଉତ୍ସର୍ଗ କରି ବାକୁ ହେବ ବୋଲି ନିଜ ନିଜର ବକ୍ତବ୍ୟ ରେ ଆବେଗପୂର୍ଣ୍ଣ ଆହ୍ଵାନ ଦେଇଥିଲେ । ଏହି ଅବସରରେ ସାଧାରଣଜ୍ଞାନ ପ୍ରତିଯୋଗିତା ରେ କୃତିତ୍ବ ଲାଭ କରି ଥିବା ଛାତ୍ର ମାନଙ୍କୁ ମଧ୍ୟ ସେମାନଙ୍କ ର ପ୍ରତିଭା ପାଇଁ ସମ୍। ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ମୌଲାନl ଆସିକ୍ ଖାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି- ୭୯ତମ ସ୍ୱାଧୀନତା ଦିବସ, ମାଦ୍ରାସା ଜାମିଆ ତାଜୱିଦୁଲ କୁରାନ ଉସମାନିଆ, ଜଗନ୍ନାଥପୁର, ତିର୍ତୋଲ, ଜଗତସିଂପୁରରେ ଛାତ୍ରଛାତ୍ରୀମାନଙ୍କ (୫୨) ମଧ୍ୟରେ ବିତର୍କ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ହିଫଜୁର ରହମାନ (ଅବସରପ୍ରାପ୍ତ ଏଫସିଆଇ ଅଧିକାରୀ), ଇବ୍ରାହିମ ଖାନ (ଅବସରପ୍ରାପ୍ତ ଶିକ୍ଷକ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମହମ୍ମଦ ୟୁସୁଫ ଖାନ (ମୋହତାମିମ/ଉକ୍ତ ମଦ୍ରାସାର ପ୍ରିନ୍ସିପାଲ), ଉସମାନ ଶେଖ (ବ୍ୟବସାୟୀ), ସୟଦ ରାଜିଦ ରସୁଲ (ସମାଜସେବୀ) ଇତ୍ୟାଦି ଏହି ଅବସରରେ ଉପସ୍ଥିତ ଥିଲେ।ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ତିର୍ତ୍ତୋଲ କୋର୍ଟ, ତହସିଲ, ବ୍ଲକ, କଲେଜ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସମସ୍ତ କାର୍ଯ୍ୟାଳୟ, କୁମାର ଉତ୍ସବ ସମିତି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକରେ ଏହିଦିବସ ସଡ଼ମ୍ବରେ ପାଳିତ ହୋଇଛି।
Article Image
1