ଏରସମା, 16/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻

ବାଲିକୁଦା ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବୋରିକିନା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୁମ୍ବାଇ ରେ କାର୍ଯ୍ୟରତ ସୁନାମଧନ୍ୟ ଜଣାଶୁଣା ବୈଜ୍ଞାନିକ ତଥା ଶିଳ୍ପପତି ଡଃ ରଶ୍ମି ରଞ୍ଜନ ମହାନ୍ତି (ବୁଟୁ) ଓ ତାଙ୍କ ସହଧର୍ମିଣୀ ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ବୈଜ୍ଞାନିକ ଡଃ ଜ୍ୟୋତିର୍ମୟୀ ମହାନ୍ତିଙ୍କ ମିଳିତ ସହଯୋଗରେ ତାଙ୍କର ସ୍ବର୍ଗତ ପିତା ବିଶିଷ୍ଟ ଆଧ୍ୟାତ୍ମିକ ବାଦୀ ଓ ଶ୍ରୀରାମ ଚରିତ ମାନସ ର ପ୍ରବଚକ ସ୍ୱର୍ଗତଃ ବିଷ୍ଣୁ ଚରଣ ମହାନ୍ତି (ଜଟୁ ବାବୁ) ଓ ବୋରିକିନା ହାଇସ୍କୁଲ୍ ର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଭାସ୍କର ମହାନ୍ତି ଙ୍କ ସ୍ଥାୟୀ ସ୍ମୃତିରେ ୨ ଲକ୍ଷ ଟଙ୍କାର ଏକ ସ୍ଥାୟୀ ଜମା ରାଶି ବୋରିକିନା ହାଇସ୍କୁଲ୍ ର ପ୍ରଧାନଶିକ୍ଷକ ଙ୍କୁ ପ୍ରଦାନ କରି ଏହାର ବାର୍ଷିକ ସୁଧରେ ପ୍ରତିବର୍ଷ ବିଦ୍ୟାଳୟର ସର୍ବୋଚ୍ଚ ନମ୍ୱର୍ ରଖିଥିବା ୨ ଜଣ ଛାତ୍ରଛାତ୍ରୀ ଙ୍କୁ ୫ ହଜାର ଟଙ୍କା ଲେଖାଏଁ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଏକ ଉତ୍ସବରେ ଡଃ ରଶ୍ମି ରଞ୍ଜନ ମହାନ୍ତି ବିଦ୍ୟାଳୟର ଛାତ୍ର ସୌମ୍ୟଜିତ୍ ମିଶ୍ରଙ୍କୁ ସ୍ବର୍ଗତ ଭାସ୍କର ମହାନ୍ତି ମେଧା ବୃତ୍ତି ଓ ଛାତ୍ରୀ ପ୍ରତୀକ୍ଷା ପାତ୍ର ଙ୍କୁ ବିଷ୍ଣୁ ଚରଣ ମହାନ୍ତି ସ୍ମୃତି ପୁରସ୍କାର ୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ସହିତ ତାମ୍ର ଫଳକ ଓ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ସମବାୟ ପ୍ରଶାସକ ସଦାଶିବ ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ଏକ ମହତ୍ତ୍ଵ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
