ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*"ଆସ ସ୍କୁଲ ଯିବା" ଅଭିଯାନ ପଦଯାତ୍ରା କାର୍ଯ୍ୟକ୍ରମ*

ବୁଗୁଡ଼ା, 16/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଅଧାରୁ ପାଠ ଛାଡିଥିବା , ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ଯାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ ପ୍ରରିପ୍ରେକ୍ଷୀରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପକ୍ଷରୁ "ଆସ ସ୍କୁଲ ଯିବା" ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରମାନେ ପଦଯାତ୍ରାରେ ବାହାରି ସହର ପରିକ୍ରମା କାଳରେ ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଜନସଚେତନା ସୃଷ୍ଟି କରିଥିଲେ। ଏଥି ସହ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା /ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇ "ଆସ ସ୍କୁଲ ଯିବା" ଅଭିଯାନ ସମ୍ପର୍କୈ ଆଲୋଚନା କରାଯାଇଥିଲା।
Article Image
1