ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଉତ୍କଳ ଆଲୁମିନା ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ*

କାଶୀପୁର, 16/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻
Article Image
ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପ୍ ର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡ଼ମ୍ବରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନୂଆପଡା ଟାଉନସିପ ସ୍ଥିତ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କାରଖାନା ମୁଖ୍ୟ ଶ୍ରୀ ରବିନାରାୟଣ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିସହିତ ସାମୁହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାପରେ କାରଖାନା ସୁରକ୍ଷା କର୍ମୀ ଓ କାର୍ମଚାରୀ ତଥା ଏସଏସଷ୍ଟିଫ, ଏସଆଇଏସ, ଏସଏଲଭି, ମହିଳା କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ଏନ୍ସିସିସି ବାଳିକ, ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲକୁ ନେଇ ଗଠିତ ପରେଡ ଦଳ ତରଫରୁ ଜାତୀୟ ପତାକାକୁ ସମ୍ମାନ ପୂର୍ବକ ପରେଡ ଆୟୋଜନ ହୋଇଥିଲା । ଏହି ପରେଡରେ କାରଖାନା ମୁଖ୍ୟ ଶ୍ରୀ ମିଶ୍ର ଅଭିବାଦନ ସ୍ୱୀକାର କରିବା ସହିତ ଉପସ୍ଥିତ ସମବେତ ଜନତା ଏହାକୁ ଉପଭୋଗ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ କାରଖାନା ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର ଉଦ୍ବୋଧନ ଦେଇ କହିଛନ୍ତି ଯେ, ସ୍ୱାଧୀନତା ଦିବସ, ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବ୍ୟକ୍ତିଙ୍କୁ ମାନେ ପକାଇବା ଦିବସ । ସେହି ବୀର ବ୍ୟକ୍ତିତ୍ୱଙ୍କ ପାଇଁ ଆମ ଦେଶ ସ୍ୱାଧୀନତାର ସ୍ୱର୍ଣ୍ଣିମ ଅଧ୍ୟାୟ ଦେଖିପାରିଛି । ଦାୟିତ୍ୱବାନ ନାଗରିକ ଭାବେ ସମସ୍ତ ନାଗରିକଙ୍କ ଦେଶ ପ୍ରତି କର୍ତବ୍ୟ ରହିଛି । ତେଣୁ ସମସ୍ତେ ଶପଥ କରନ୍ତୁ, ଦେଶକୁ ଭବିଷ୍ୟତ ପିଢ଼ି ପାଇଁ ଆହୁରି ଉତ୍ତମ କରି ଗଢି ତୋଳିବା । ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ସହିତ ଜଳ ଓ ଶକ୍ତି ସଂରକ୍ଷଣ ପ୍ରତି ଗୁରୁତ୍ୱାରୋପ କରିବା । ସମ୍ପ୍ରତି ବିଶ୍ୱରେ ଟାରିଫ ଯୁଦ୍ଧ ଲାଗିଥିବାରୁ ବିକାଶଶୀଳ ଦେଶଗୁଡିକ ଘଡ଼ିସନ୍ଧି ମୁହୂତ୍ତ ଦେଇ ଗତି କରୁଛନ୍ତି । ଏଭଳି ସ୍ଥଳେ ସମସ୍ତ ନାଗରିକ ମାନେ ମେକ ଇଂନ ଇଣ୍ଡିଆ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବା ଉଚିତ । ଅନୁରୂପ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ବିଶ୍ୱରେ ସର୍ବୋଉତ୍କୃଷ୍ଟ ସଷ୍ଟେନେବୁଲ କମ୍ପାନୀ ରୂପେ ଖ୍ୟାତି ଅର୍ଜନ କରିଛି । ସେହି ଖ୍ୟାତି ଆଗାମୀ ଦିନରେ ମଧ୍ୟ ବଳଵତ୍ତ ରହିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏହାପରେ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ଥୁଟିବର ବାଳିକା ବିଦ୍ୟାଳୟ ଓ ଟିକିରି ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ ଗଠିତ ଛାତ୍ରଛାତ୍ରୀଙ୍କ ଦଳ ଦେଶତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କାରଖାନା ସୁରକ୍ଷା ପାଇଁ ଅବିରତ ତଥା ଉଲ୍ଲେଖନୀୟ ଦାଇତ୍ୱ ତୁଳାଉଥିବା ସୁରକ୍ଷା କର୍ମୀଙ୍କୁ କାରଖାନା ମୁଖ୍ୟ ଶ୍ରୀ ମିଶ୍ର ଓ ତାଙ୍କ ପତ୍ନୀ ଶ୍ରୀମତୀ ପ୍ରଭା ମିଶ୍ରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସେମାନେ ହେଲେ, ଏସଏସଟିଏଫ ବିଭାଗରୁ ଡିପି ଦାସ, ଏସଆଇଏସ ତରଫରୁ ଦୁଷ୍ମନ୍ତ ନାୟକ, ଏସଏଲଭି ପକ୍ଷରୁ ପୁରୁଷତ୍ତମ ମହାନନ୍ଦ, ଏଲଏସଜି ତରଫରୁ ଭାରତୀ ମହାରଣା, ଅଗ୍ନିଶମ ବିଭାଗର ପ୍ରଦୀପ ନାୟକ, ଉତ୍କଳ ହସ୍ପିଟାଲ୍ ର ସନ୍ତୋଷ ଦୋରା, ଆଡମିନର ଅଞ୍ଜନ ମାଝୀ ଓ ପିତାମ୍ବର ନାୟକ, ଆଇଟି ବିଭାଗର ବଳରାମ ମାଝୀଙ୍କ ସମେତ ଅନ୍ୟ ସୁରକ୍ଷା କର୍ମଚାରୀ ଅଶୀକିରଣ ବାଗ, ନିର୍ମଳ ହରିଜନ, କୃଷ୍ଣ ବାତିଲିଆ ପ୍ରମୁଖଙ୍କୁ ପୁରସ୍କୃତ ହୋଇଥିଲେ । ଏଥିସହିତ ଅଦିତ୍ୟା ବିର୍ଲା କମ୍ପାନୀରେ ଦୀର୍ଘ ୨୫ ବର୍ଷ ନିଜର ଅବ୍ୟାହତ ଭାବେ ସେବା ଯୋଗାଇଥିବା ମହେଶ୍ ପାଣ୍ଡେଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଛି । ଏହି ଅବସରରେ କାରଖାନା ସୁରକ୍ଷା ବିଭାଗ ମୁଖ୍ୟ କର୍ଣ୍ଣଲ ପରମଜିତ ବାଜବା, ମାନବ ସମ୍ବଳ ପ୍ରମୁଖ ଶ୍ରୀ ନାରାୟଣ ମିତ୍ର, ଶ୍ରୀ ବିଜୟ କୁମୁରା, ବାଫ୍ଲିମାଳି ଖଣି ମୁଖ୍ୟ ଶ୍ରୀ ବିଜୟ ଚୌହାନ, ସିଏସଆର ବିଭାଗ ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀମତୀ ଶର୍ମିଲା ସରକାର, ଇଆର ବିଭାଗ ମୁଖ୍ୟ ଶ୍ରୀ କିରଣ ନାୟକ ଓ ଏଭିପି ଶ୍ରୀ ଉତ୍ତମ ଗିରିଙ୍କ ସମେତ ଅନ୍ୟ ବିଭାଗର ମୁଖ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଦିତ୍ୟା ବିର୍ଲା ପବ୍ଲିକ୍ ସ୍କୁଲ୍ ର ଶିକ୍ଷାତ୍ରୀ କରୁଣା ତିବାରୀ ପରିଚାଳନା କରିଥିଲେ । ଅନ୍ୟପକ୍ଷେ ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣି ତରଫରୁ ମହାଡ଼ମ୍ବରରେ ୭୯ତମ ସ୍ୱାଧୀନତା ଦିବସ ବାଫ୍ଲିମାଳି ପର୍ବତରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ଖଣି ମୁଖ୍ୟ ବିଜୟ ଚୌହାନ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାମୁହିକ ଜାତୀୟ ସଂଗୀତ ଗାନ କରିଥିଲେ । ଏବଂ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆୟୋଜିତ ପରେଡରେ ଅଭିବାଦନ ସ୍ୱୀକାର କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ଖନି ପର୍ସ୍ୱସ୍ଥ ବିଦ୍ୟାଳୟରେ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଖଣି ସିଏସଆର ମୁଖ୍ୟ ମନୋଜ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଅନ୍ୟ ବିଭାଗୀୟ କର୍ମଚାରୀ ପ୍ରମୁଖ ସହଜୋଗ କରିଥିଲେ ।
Article Image
Article Image
Article Image
1