ରାହାମା/କୁଜଙ୍ଗ, 17/08/2025, ଉତ୍କଳ voice news - utkalvoicenews.com

କୁଜଙ୍ଗ ବ୍ଲକ ଅଧୀନ ବଣିତୋ ଗ୍ରାମପଞ୍ଚାୟ ର ଡଗରପଡ଼ା ଠାରେ ବାବା ବନମାଳୀ ଦାସ ମହାରାଜ ଙ୍କ ଦ୍ୱାରା ପରିଚାଳିତ ଭକ୍ତି ବେଦାନ୍ତ ଆଶ୍ରମରେ ପ୍ରଭୁ କୃଷ୍ଣଙ୍କର ଜନ୍ମାଷ୍ଟମୀ ବ୍ରତ, ଭକ୍ତିବେଦାନ୍ତ ସ୍ୱାମୀ ଶ୍ରୀଲ୍ଲପ୍ରଭୁପାଦ ଙ୍କ ଜନ୍ମଉତ୍ସବ ସହିତ ନନ୍ଦଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଶ୍ରମ ପରିସରରେ ଅନୁଷ୍ଠିତ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାବା ବନମାଳୀ ଦାସ ମହାରାଜ ପୌରହିତ କରିବା ସହ ସମାଜସେବୀ ଡ଼ଃ ସୁନାକର ବେହେରା ଉକ୍ତ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଏହି ମହୋତ୍ସବରେ ପାରାଦ୍ୱୀପର ମାନ୍ୟବର ବିଧାୟକ ତଥା ଶିଳ୍ପ ଦକ୍ଷତା,ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମହୋଦୟ ଯୋଗଦେଇ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ କୃପାଭିକ୍ଷା କରିବା ସହିତ ଆଧ୍ୟାତ୍ମିକ ଜ୍ଞାନ ମାନବ ଚେତନାର ବିକାଶ ସହିତ ଈଶ୍ୱରୀୟ ସୁଖ,ଶାନ୍ତି, ଆନନ୍ଦ ଆଣି ଦେଇଥାଏ ବୋଲି ନିଜର ଅଭିଭାଷଣ ରଖିଥିଲେ।ଆଶ୍ରମ ଦ୍ୱାରା ମନ୍ତ୍ରୀ ମହୋଦୟ ଙ୍କୁ ଶ୍ରୀମଦ ଭଗବତ ଗୀତା ଓ ରାଧାକୃଷ୍ଣ ଙ୍କ ରୌପ୍ୟ ବିଗ୍ରହ ସହିତ ସମର୍ଦ୍ଧାନା କରାଯାଇଥିଲା। ଉକ୍ତ ମହୋତ୍ସବରେ ତିର୍ତୋଲ,ଏରସମା, କୁଜଙ୍ଗ ଓ ରାହାମା ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ପ୍ରିନସେସ ଡ୍ୟାନ୍ସ ଗ୍ରୁପର ନୃତ୍ୟ ଶିଳ୍ପୀ,ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, ଶରତ ବାରିକ, ମୀରା ମହାନ୍ତି ଇତ୍ୟାଦି ସାଥି କଳାକାର ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟଗୀତ ର ଆସର ଉପସ୍ଥିତ ଭକ୍ତ ମାନଙ୍କ ହୃଦୟକୁ ଭକ୍ତିମୟ ଭାବରେ ତଲ୍ଲିନକରି ଅମୃତମୟ କରିଥିଲା। ଆଶ୍ରମରେ ଆୟୋଜିତ ଜନ୍ମାଷ୍ଟମୀ ମହୋତ୍ସବ ଓ ଅର୍ଣ୍ଣଯଜ୍ଞ ରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ବଣିତ,ଗୋରଡ଼, ପଣ୍ଡୁଆ ଗ୍ରାମ ପଞ୍ଚାୟତ ର ଅଧିବାସୀ ମାନଙ୍କ ଅକୁଣ୍ଠ ସହଯୋଗ ଦେଖିବାକୁ ମିଳିଥିଲା।ଏହି ମହାନ ଉତ୍ସବରେ ବହୁ ବରଣ୍ୟ ଅତିଥି, ପଣ୍ଡିତ, ବିଦ୍ୱାନ, ଭକ୍ତ ମାନେ ଯୋଗଦେଇ ଉତ୍ସବ କୁ ଅଧିକ ସରସ ସୁନ୍ଦର କରିଥିଲେ।
