ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଏନ୍ଏସି ଘୋଷଣା ନହେଲେ ପୁଣି ଆନ୍ଦୋଳନ*

କୁଜଙ୍ଗ, 17/08/2025, ଉତ୍କଳ voice news - utkalvoicenews.com
Article Image
ରାଜ୍ୟର ସାତ ଜିଲ୍ଲାରେ ନୂଆ ବାରଟି ବିଜ୍ଞପିତ ଅଂଚଳ (ଏନ୍ଏସି)ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ଗଣମାଧ୍ୟମରେ ପ୍ରଚାରିତ ହେବାରୁ ପୂର୍ବରୁ ଘୋଷଣା ହୋଇ ଏବେ ବାଦ ପଡ଼ିଥିବା ଜଗତସିଂହପୁର ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ କୁଜଙ୍ଗ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l କୁଜଙ୍ଗର ସଚେତନ ନାଗରିକ ମଂଚ ,ଏନ୍ଏସି ଦାବି କରି ଏକ ବଡ ଧରଣର ଆନ୍ଦୋଳନକୁ ଓଲ୍ହାଇବ ବୋଲି ଘୋଷଣା କରିଛି l ରବିବାର କୁଜଙ୍ଗ ଠାରେ ମଂଚର ଆବାହକ ତଥା ପ୍ରେସ କ୍ଲବ ସଭାପତି ରଘୁନାଥ ସାହୁ ଗଣ ମାଧ୍ୟମକୁ କହିଛନ୍ତି ଯେ , ଶିଳ୍ପ ସମୃଦ୍ଧ ଆନ୍ତରଜାତିୟ ପାରାଦୀପ ବନ୍ଦର କୁଜଙ୍ଗ ତହସିଲ ମାଟିରେ ଗଢି ଉଠିଛି l କୁଜଙ୍ଗରେ ବିଚାର ବିଭାଗୀୟ ଅତିରିକ୍ତ ଜିଲ୍ଲା ଅଦାଲତ ସହିତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି ଓ ସମସ୍ତ ଭିତ୍ତିଭୂମି ଥିବାରୁ ଏନ୍ଏସି ପାଇଁ ବାରମ୍ବାର ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା l ତେବେ ପୂର୍ବ ନବୀନ ସରକାର 2024 ମସିହାରେ ପ୍ରଥମ ପର୍ଯ୍ୟାୟରେ 34 ଟି ଏନ୍ଏସି ଘୋଷଣା କରି କୁଜଙ୍ଗକୁ ବାଦ ଦେବାରୁ ଆନ୍ଦୋଳନ ମଥା ଟେକିଥିଲା l ଧାରଣା ଓ କୁଜଙ୍ଗ ବନ୍ଦ ହୋଇ ଆନ୍ଦୋଳନ ତୀବ୍ର ହେବାରୁ ଏପରି ଅସ୍ୱାଭାବିକ ସ୍ଥିତିରେ ତତକାଳିନ ସରକାରଙ୍କ ଏକ ପ୍ରତିନିଧି ଦଳ କୁଜଙ୍ଗ ଆସି ସ୍ଥିତି ପରଖି ଥିଲେ l ତହସିଲଦାର ଓ ବିଡ଼ିଓଙ୍କ ଅଂଚଳ ଆର୍ଥିକ ସ୍ଥିତି ରିପୋର୍ଟ ଯାଞ୍ଚ କରି ଆନ୍ଦୋଳନକାରିଙ୍କ ସହ ଆଲୋଚନା କରି ଫେରିବାର ସପ୍ତାହକ ମଧ୍ୟରେ ପୁନଃ 22 ଟି ଏନ୍ଏସି ଗଠନ କରି ସେଥି ମଧ୍ୟରେ କୁଜଙ୍ଗକୁ ସ୍ଥାନ ଦେଇଥିଲେ l ପୂର୍ବ ସରକାରଙ୍କ ନିଷ୍ପତିକୁ କୁଜଙ୍ଗବାସି ସ୍ୱାଗତ ଜଣେଇ ବାଣ ଫୁଟେଇ ମିଠା ବାଣ୍ଟି ଖୁସି ମନେଇ ଥିଲେ l ସରକାର ବଦଳିବା ପରେ ଇତି ମଧ୍ୟରେ ନୂଆ ସରକାର ନୂଆ ଏନ୍ଏସି ଗଠନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିବା ଚର୍ଚ୍ଚା ହେଉଥିବାରୁ ଅଂଚଳ ବାସି ଏନ୍ଏସି ଗଠନ ନେଇ ଖୁସୀ ଥିଲେ l ହେଲେ ଗତ 16 ତାରିଖରେ ନୂଆ ସରକାର ଅଚାନକ 12 ଏନ୍ଏସି ଘୋଷଣା କରିଛନ୍ତି ଓ କୁଜଙ୍ଗ ବାଦ ପଡିଥିବାରୁ ଅଂଚଳରେ ଅସନ୍ତୋଷ ନିଆଁ ଲାଗିଛି l କୁଜଙ୍ଗର ସମସ୍ତ ଭିତ୍ତିଭୂମି ଥାଇ କୁଜଙ୍ଗକୁ ଉଦେଶ୍ୟମୂଳକ ଭାବେ ଅଣଦେଖା କରାଯିବା ଦୁର୍ଭାଗ୍ୟ ଜନକ ବୋଲି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବାହକ ଶ୍ରୀ ସାହୁଙ୍କ ସମେତ ପିତାମ୍ବର ତରେଇ,ହୃଷିକେଶ ନାଥ ,ବାବୁରାମ ଚୌଧୁରୀ ,ଜିନମୟୀ ସାହାଣୀ ,ପ୍ରିୟମ୍ବଦା ପାଣି ମନିନ୍ଦ୍ର ଗୁରୁ , କୈଳାଶ ଷଢଙ୍ଗୀ ,ମନୋଜ ପାତ୍ର ଓ ରାମଦାସ ମହାନ୍ତି ପ୍ରମୁଖ ଅନେକ ସଦସ୍ୟ ଏଣିକି ଆନ୍ଦୋଳନ ତୀବ୍ର ହେବ ବୋଲି ସରକାରଙ୍କୁ ଦାବି ଜଣେଇଛନ୍ତି l ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ କୁଜଙ୍ଗକୁ ଏନ୍ଏସି ଘୋଷଣା କରାନଗଲେ ପୁଣି ଧାରଣା ,ଶୋଭାଯାତ୍ରା ଓ କୁଜଙ୍ଗ ବନ୍ଦ ପରି ଗଣତାନ୍ତ୍ରିକ ଆନ୍ଦୋଳନ କରିବା ସହିତ ପ୍ରଶାସନକୁ ଅଚଳ କରିବାକୁ ଶୀଘ୍ର ରାଜନୈତିକ ଉର୍ଦ୍ଧରେ ରହି ଶାନ୍ତି ବଜାୟ ରଖି ହରତାଳ କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଥିବାରୁ ଏବେ କୁଜଙ୍ଗ ଅଶାନ୍ତି ନିଆଁରେ କୁହୁଳୁଥିବା ଜଣାଯାଇଛି l
Article Image
Article Image
Article Image
Article Image
3