ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ରାୟଗଡା କ୍ଲବ ଦି ୟଙ୍ଗ ଇଣ୍ଡିଆ ପକ୍ଷରୁ ନନ୍ଦ ଉତ୍ସବ ପାଳିତ*

ରାୟଗଡ଼ା, 18/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା କ୍ଲବ ଦି ୟଙ୍ଗ ଇଣ୍ଡିଆ ତରଫରୁ ନନ୍ଦ ଉତ୍ସବ ସ୍ଥାନୀୟ ଲାୟନ୍ସ କ୍ଲବ ଠାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବ କୁ ରାୟଗଡା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉତ୍ସବ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ରାଜ୍ୟ କର୍ମଜୀବି ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ବାଦଲ କୁମାର ତା ଉପସ୍ଥିତ ଥିଲେ। ଆଜିର ଦୁର୍ନୀତି ରୂପକ କଂସକୁ ଆଗାମୀ ଦିନର ପିଢ଼ି କିପରି ବଦ୍ଧ କରିବେ ତା ଉପରେ ଯତ୍ନବାନ ହେବା ପାଇଁ ପିତା ମାତା କୁ ଉପଦେଶ ଦେଇ ଥିଲେ। ଏହି କ୍ଲବ ୧୯ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏଥିରେ ପ୍ରାୟ ୨୦ ଟି ଶିକ୍ଷାନୁଷ୍ଠାନ ର ପିଲାମାନେ ଅଂଶ ଗ୍ରହଣ କରିଥିବା ବେଳେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ କୃଷ୍ଣ ବେଶରେ ସଜେଇ ହୋଇ ନୃତ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କ୍ଲବ ଦି ୟଙ୍ଗ ଇଣ୍ଡିଆର ସଭାପତି ଶ୍ରୀ ସୁରେନ୍ଦ୍ର ସାହୁ, ଉପସଭାପତି ଶ୍ରୀ ଭେଙ୍କେଟ ରମନା ଓ କ୍ଲବ ର ସମ୍ପାଦକ ଶ୍ରୀ ଦୀପକ କୁମାର ପୃଷ୍ଟି ଉତ୍ସବ ନିର୍ଦେଶକ ଶ୍ରୀ ଜାମି ଗୌରୀ ପ୍ରସାଦ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ବିଚାରକ ଭାବେ ଶ୍ରୀ ପ୍ରଭାକର ମିଶ୍ର ଓ ଶ୍ରୀ କାଳୀ ରଥ ପ୍ରମୁଖ ଯୋଗଦେଇ କୃଷ୍ଣ ବେଶ ରେ ସଜେଇ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଚୟନ କରିଥିଲେ। ପିଲାମାନଙ୍କ ର ନୃତ୍ୟ ଓ କୃଷ୍ଣ ଙ୍କ ବିଷୟରେ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର କୁ ପରଖିଥିଲେ। ପ୍ରଥମ ବିଜେତା ଭାବେ ଶ୍ରୀକୃତି ଆଚାର୍ଯ୍ୟ ଦ୍ୱିତୀୟ ରେ ଦେବାଶିଷ ବକ୍ସିପାତ୍ର ଓ ତୃତୀୟ ରେ ମୋକ୍ସିତା ବେହେରା ଙ୍କୁ ଆକର୍ଷଣୀୟ ପୁରସ୍କାର ରେ ପୁରସ୍କୃତ କରାଯାଇଥିବା ବେଳେ ୧୦ ଜଣ ପ୍ରତିଯୋଗିତା ଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ଶ୍ରୀମତୀ ବିଦୁଲତା ହୁଇକା ଓଡିଶା ଆଦିବାସୀ ମଞ୍ଚ ର ଆବାହକ ପ୍ରଦାନ କରିଥିଲେ। ଏହି ଅବସରରେ କ୍ଲବ ର ସହ ସମ୍ପାଦକ ରାକେଶ ହାମଦେବ, ଏ ଚନ୍ଦ୍ରଶେଖର ରାଓ, ଶିବରାମ ମିଶ୍ର, ଆପା ରାଓ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀ ଦୀପକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1