ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ନିଜ ଗ୍ରାମ ଉଚ୍ଚ ବିଦ୍ୟାଳୟକୁ ବୈଜ୍ଞାନିକ ଦମ୍ପତିଙ୍କ ୨ ଲକ୍ଷ ଟଙ୍କା ପ୍ରଦାନ କଲେ*

ଏରସମା, 18/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻
Article Image
ବାଲିକୁଦା ବ୍ଲକର ତିତିରା ଗ୍ରାମରେ ଜନ୍ମିତ ମୁମ୍ବାଇରେ କାର୍ଯ୍ୟରତ ଵୈଜ୍ଞାନିକ ତଥା ଶିଳ୍ପପତି ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ଓ ତାଙ୍କର ସହଧର୍ମିଣୀ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ମୁମ୍ବାଇରେ ଭାବା ଆଣବିକ ଗବେଷଣା କେନ୍ଦ୍ରେ କାର୍ଯ୍ୟରତ ବୈଜ୍ଞାନିକ ଡାକ୍ତର ଜ୍ୟୋତିର୍ମୟୀ ମହାନ୍ତି ଙ୍କ ମିଳିତ ଉଦ୍ୟମରେ ୨ଲକ୍ଷ ଟଙ୍କାର ସ୍ଥାୟୀ ଜମା ଅର୍ଥରାଶି ନିଜ ଗ୍ରାମରେ ଥିବା ପଞ୍ଚାୟତ ହାଇସ୍କୁଲ ତିତିରା ର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି । ପ୍ରତିବର୍ଷ ଏହି ଅର୍ଥରାଶୀର ସୁଧରୁ ତାଙ୍କର ସ୍ଵର୍ଗତଃ ପିତା ବିଶିଷ୍ଟ ଆଧ୍ୟାତ୍ମିକବାଦୀ ଓ ରାମଚରିତ ମାନସର ପ୍ରବଚକ ସ୍ଵର୍ଗତଃ ବିଷ୍ଣୁ ଚରଣ ମହାନ୍ତି ଓ ତିତିରା ସ୍କୁଲର ପ୍ରତିଷ୍ଠାତା ହାଡିବନ୍ଧୁ ମହାନ୍ତି ଙ୍କ ସ୍ମୃତିରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇଜଣ ଛାତ୍ରଛାତ୍ରୀଙ୍କୁ ପତିବର୍ଷ ପୁରସ୍କୃତ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଏହି ତିତିରା ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ୱାଭିମାନ ସେନାପତିଙ୍କୁ ବିଷ୍ଣୁ ଚରଣ ମହାନ୍ତି ସ୍ମୃତି ସମ୍ମାନ ଓ ଛାତ୍ରୀ ଶିଳ୍ପାଞ୍ଜଳି ସାହୁଙ୍କୁ ହାଡ଼ିବନ୍ଧୁ ମହାନ୍ତି ସ୍ମୃତି ସମ୍ମାନ ସହ ୫ହଜାର ଲେଖାଏଁ ଟଙ୍କା, ତାମ୍ର ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ବେହେରା, ନିଲୁ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।
Article Image
Article Image
1