ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଆଈନ ସଚେତନତା ଶିବିର ଅନୁଷ୍ଠିତ*

*ବୁଗୁଡ଼ା*, 18/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଳକ ବିରଞ୍ଚିପୁର ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ରେ ବୁଗୁଡା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଆନୁକୂଲ୍ୟରେ ଆଈନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ପ୍ରଥମଶ୍ରେଣୀ ବିଚାର ବିଭାଗିୟ ଅଦାଲତ ମାନନୀୟା ବିଚାରପତି ସୁଧାଶ୍ରୀ ସୁର୍ଝାଳିଆ ଯୋଗଦେଇଥିବାବେଳେ , ସ୍ଥାନୀୟ ସରପଞ୍ଚ ,ସମିତିସଭ୍ଯ ,ବୁଗୁଡା ଥାନା ଅଧିକାରି ,ଅନେକ ଆଇନଜୀବୀ ଯୋଗଦେଇ ଆଈନଗତ ସାହାଯ୍ଯ ସୁବିଧା କିପରି ଲୋକମାନେ ମାଗଣାରେ ପାଇପାରିବେ ସେନେଇ ଅଧିକ ଆଲୋଚନା କରିବା ସହିତ ସେମାନେ କିପରି ଉଚିତ ନ୍ଯାୟ ପାଇପାରିବେ ସେନେଇ ଅଦାଲତ ପରିସରରେ ଥିବା ତାଳୁକା ଆଇନ ସେବା ପ୍ରାଧିକରଣ ର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ,ଏବଂ ସାଇବର ଠକେଇ, ନାରୀ ନିର୍ଯ୍ୟାତନା, ମୋବାଇଲ ର ଅପ ବ୍ୟବହାର ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। ନିଜ ପିଲାମାନଙ୍କୁ ମଧ୍ୟ ମୋବାଇଲ ଠାରୁ ଦୁରେଇ ରଖି ସଂସ୍କାରି କରିବାକୁ ପରାମର୍ଶ ଦେଇଥିଲେ। ଯଦି ସମସ୍ତେ ଶିକ୍ଷିତ ହୋଇ ଆଇନ ବିଷୟରେ ସଚେତନ ହୋଇପାରିବେ ତେବେ ଆଗାମୀଦିନରେ ସୁସ୍ଥ ସମାଜ ଗଠନ ହୋଇପାରିବବୋଲି ମତ ଦେଇଥିଲେ ।
Article Image
2