ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅନୁଷ୍ଠିତ

ବୁଗୁଡ଼ା, 18/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମପଞ୍ଚାୟତ ଠାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଜନଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେରକେଟା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ବୁଗୁଡ଼ା ଥାନା ଏସ ଆଇ ଅଜିତ ପରିଡା, ସରପଞ୍ଚ ଜ୍ୟୋଷ୍ଣାରାଣୀ ବିଶ୍ୱାଳ, ସମିତିସଭ୍ୟ ଚିକୁ ବାରିକ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ।କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସାବତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସିଦ୍ଧାନ୍ତ ସାଇ ପ୍ରସାଦ ପାତ୍ର, ସମସ୍ତ ଏମ୍ବିକେ, ସିଆରପି, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ମୋଟ ୧୩୨ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବାବେଳେ ସେମାନ ଙ୍କ ଅଭିଯୋଗ ତୁରନ୍ତ ସମାଧାନ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ କହିଛନ୍ତି। ଅନ୍ୟପଟେ କିଛି ଅଭିଯୋଗ କାରୀ ପୂର୍ବରୁ, ଉପଖଣ୍ଡ ଏବଂ ବ୍ଲକ ସ୍ତରୀୟ ଜନ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା କହିଥିବା ବେଳେ ପୁଣିଥରେ ଆଜି ଅଭଭିଯୋଗ ଦାଖଲ କରିଥିବା କହିଛନ୍ତି ବାରମ୍ବାର ଅଭିଯୋଗ ଦେଲେ ମଧ୍ୟ୍ୟ କୌଣସି ସମାଧାନ ହେଉନଥିବାରୁ ଜନଶୁଣାଣୀ ର ବାସ୍ତବତାକୁ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।
Article Image
1