ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିତୁଠ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଏରସମା, 22/01/2025, ଉତ୍କଳ voice news - utkalvoicenews.comଏରସମା ବ୍ଳକ ଅନ୍ତର୍ଗତ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ବାଲିତୁଠ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୬ତମ ବାର୍ଷିକ କ୍ରୀଡା ଉତ୍ସବ ଓ ସୁନାମଧନ୍ୟା ଛାତ୍ର ବତ୍ସଳା ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ଶଂଯୁକ୍ତା ଓଝାଙ୍କ ଅଵସର କାଳୀନ ବିଦାୟ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।
Article Image
ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶଶିକାନ୍ତ ପରିଡା ଯୋଗଦେଇ ଅଵସର ଗ୍ରହଣ କରିଥିବା ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ଶଂଯୁକ୍ତା ଓଝାଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ।ଓ ଚଳିତବର୍ଷ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା କୃତି କ୍ରୀଡ଼ାବିତ ସୁଦୀପ୍ତ ଜେନା ଓ ମାମୁନି ବେଜଙ୍କୁ ୨ଟି କପ ପ୍ରଦାନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ବାଲିକୁଦା ମଣ୍ଡଳ ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୁ ,ସମ୍ମାନିତ ଅତିଥି ଭାବେ ଏରସମା ବ୍ଳକ ଉପାଧ୍ୟକ୍ଷ ବିକାଶ କୁମାର ପରିଡା ,ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ କୁମାର ଦାସ ,ପରିବେଶବିତ ଡ଼.ଦେବଦତ୍ତ ସାମନ୍ତରାୟ ,ବାମଦେଇପୁର ପଞ୍ଚାୟତ ସମିତି ସଭ୍ୟ ବିକ୍ରମ କୁମାର ମହାପାତ୍ର , ବରିଷ୍ଠ ସାମ୍ବାଦିକ ଶିଶିର ରଞ୍ଜନ ଦାଶ , ପ୍ରଭାତ ଦାସ, ପୂର୍ଣଚନ୍ଦ୍ର ମଲ୍ଲ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର ରାଉତ ,ବାଲିତୁଠ ପୂର୍ବତନ ସମିତି ସଭ୍ୟ ପ୍ରକାଶ କୁମାର ପରିଡା  , ଅଵସର ଶିକ୍ଷକ ବିଚିତ୍ରାନନ୍ଦ ମନ୍ତ୍ରୀ ,ସନ୍ତୋଷ ଆଚାର୍ଯ୍ୟ ,ପ୍ରଶାନ୍ତ କୁମାର ମିଶ୍ର ,ସମାଜସେବୀ ପ୍ରକାଶ ପାଳ ଓ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ସହକାରୀ ଶିକ୍ଷକ ରଶ୍ମିରଞ୍ଜନ ଦାସ ମଞ୍ଚ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ବେହେରା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
8