ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ନୂତନ ଗୃହ ଉଦଘାଟିତ l

ପାରାଦୀପ ଗଡ, 18/08/2025, ଉତ୍କଳ voice news - utkalvoicenews.com
Article Image
ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ, ପାରାଦୀପ ଗଡ ହେଉଛି ଜଗତସିଂହପୁର ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବିଦ୍ୟାଳୟ l ଉକ୍ତ ବିଦ୍ୟାଳୟ ରେ ୮୦୦ ରୁ ଅଧିକ ଛାତ୍ର, ଛାତ୍ରୀ, ଅଧ୍ୟୟନ କରନ୍ତି l ukta ବିଦ୍ୟାଳୟ ୧୯୬୫ ମସିହାରୁ ନିର୍ମିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ, ପ୍ରାଚେରୀ ଓ ପାରିପାର୍ଶ୍ବିକ ବିକାଶ ହୋଇ ପାରିନାହିଁ l ୧୯୬୫ ମସିହା ରେ ନିର୍ମାଣ ହୋଇଥିବା ଆଜବେଷ୍ଟସ ଗୃହ ଓ ୧୯୯୯ ମସିହାରେ ନିର୍ମାଣ ହୋଇଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଭାଙ୍ଗି ଗୃହ ଭାଙ୍ଗିରୁଜି ଗଲାଣି l ଫାଇବି- ଟି ନାମରେ କେବଳ ରଂଗ କରାଗଲା l ମାତ୍ର ଛାତ୍ର, ଛାତ୍ରୀ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଅଧ୍ୟୟନ କରୁଥିବା ବେଳେ ଏହାର ଆସୁ ସମାଧାନ ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଇତିଶ୍ରୀ ସାହୁ ସରପଞ୍ଚ ଙ୍କୁ ଜଣାଇବା ରୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପାରାଦୀପ ତୈଳ ବିଶୋଧନାଗାର ରେ କାର୍ଯ୍ୟରତ ଇଣ୍ଡିଆନ ଅଏଲ ଆଦାନୀ ଭେଞ୍ଚର୍ ବୁଟ୍-୩ କୁ ଏହାର ନିର୍ମାଣ ପାଇଁ ଦରଖାସ୍ତ କରିଥିଲେ l ଫଳରେ କମ୍ପାନୀ କତୃପକ୍ଷ ସରପଞ୍ଚ ଙ୍କ ଦରଖାସ୍ତ କୁ ବିଚାର କରି ତୁରନ୍ତ ୫୦ ଲକ୍ଷ ଟଙ୍କା ବ୍ୟୟ ରେ ଏକ ଶ୍ରେଣୀ ଗୃହ ନିର୍ମାଣ କରିବା ସହିତ ଡେସ୍କ, ବେଞ୍ଚ, ଚେୟାର ଓ ବ୍ଲକ ବୋର୍ଡ ଆଦି ଶିକ୍ଷା ସାମଗ୍ରୀ ମଧ୍ୟ ପ୍ରଦାନ କରିବା ପରେ ଆଜି ଏହାର ଆନୁଷ୍ଟନିକ ଭାବେ ଉଦଘାଟନ କରାଯାଇଛି l ଉକ୍ତ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ର ଭାଇସି ପ୍ରେସିଡେଣ୍ଟ କର୍ପୋରେଟ କମ୍ୟୁନିକେସନ ଓ ସି.ଏସ୍.ଆର୍. ଶ୍ରୀଯୁକ୍ତ ଅତୁଲ ଖରେଟେ, ସମ୍ମାନିତ ଅତିଥି ଭାବେ କମ୍ପାନୀ ସି.ଇ,ଓ ଏବଂ ଡାଇରେକ୍ଟର ଶ୍ରୀ ରେଜିଥ ଭାସ୍କର, ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, କମ୍ପାନୀ ର ଅନ୍ୟ ଅଧିକାରୀ ମାନେ ଯଥା ଶ୍ରୀ ଲକ୍ଷ୍ମଣ ଶର୍ମା ଆର୍ ଚେଲାଦୁରାଇ, ନେତାଜୀ ମାନେକମ୍, ଏନ.ଭି. ସୁବ୍ରମଣ୍ୟମ, ବ୍ରିଜଭୂଷନ ଦିବେଦ୍ଵୀ, ସତ୍ୟରଞ୍ଜନ ନାୟକ, ଅଜିତ୍ ଦାଶ, ପ୍ରିତିରଞ୍ଜନ ବେହେରା ଯୋଗଦେଇ ଥିଲେ l ସେହିପରି ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ସାହୁ, ପ୍ରଭାତ ନଳିନୀ ବେହେରା, ସମ୍ପଦ ମୁଦୁଲି, ରମାକାନ୍ତ ଖଣ୍ଡୁଆଳ, ଆଇସ୍ମିତା ସାହୁ ପ୍ରମୁଖ ଏବଂ ପଞ୍ଚାୟତ ତରଫରୁ ସର୍ବଶ୍ରୀ ବିଷ୍ଣୁ ଚରଣ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ସଂଗ୍ରାମ ବେହେରା, ପ୍ରକାଶ ମଙ୍ଗରାଜ, ପ୍ରଭାତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l କମ୍ପାନୀ ର ଏପରି ଜନହିତକର କାର୍ଯ୍ୟ ପାଇଁ ପଞ୍ଚାୟତ ତରଫରୁ କମ୍ପାନୀ କତୃପକ୍ଷ ଙ୍କୁ ସରପଞ୍ଚ ପ୍ରମାଣ ପତ୍ର ସହିତ ସମ୍ବର୍ଦ୍ଧିତ କରିଥିଲେ l
Article Image
Article Image
Article Image
Article Image
1