ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବୋରିକିନା ସତସଙ୍ଗ କେନ୍ଦ୍ରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ଭାଦ୍ର ସତସଙ୍ଗ ଅନୁଷ୍ଠିତ*

ଏରସମା, 18/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻
Article Image
ବାଲିକୁଦା ବ୍ଲକ୍ ବୋରିକିନା ସତସଙ୍ଗକେନ୍ଦ୍ର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ଭାଦ୍ର ସତସଙ୍ଗ ତିତିରା ଦରଡ଼ା ପାଟଣା ଗ୍ରାମର ଶିବ ପ୍ରସାଦ ବେହେରାଙ୍କ ବାସଭବନରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାଦ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ ଦ୍ୱାରା ମଣିଷର ବିବେକ ଜାଗ୍ରତ ହେବା ସହ ଦେବ ଚରିତ୍ରର ଅଧିକାରୀ ହୋଇଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ସତ୍ନାମ ମନନ କରିବା ସହିତ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିବାକୁ ଉପସ୍ଥିତ ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ । ସମାଜରେ ଘଟି ଚାଲିଥିବା ହିଂସା ଓ ପରଶ୍ରୀକାତରତାକୁ ଦମନ କରିବା ପାଇଁ ମଣିଷ ସମାଜର ଦିବ୍ୟ ଭାବନା ଓ ଶ୍ରୀ ଶ୍ରୀ ଠାକୁରଙ୍କର ସତ୍ସଙ୍ଗର ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ସମାଜରେ ଶାନ୍ତି, ମୈତ୍ରୀ ପ୍ରତିଷ୍ଠା ସମ୍ଭବ । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ସହ-ପ୍ରତିରିତିକ ନିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ତ୍ତିକ ଚନ୍ଦ୍ର ବେହେରା, ଆଇନଜୀବୀ ଡଃ. ବୀର ନାରାୟଣ ପାତ୍ର, ଶିବ ପ୍ରସାଦ ବେହେରା, ବରଦା ପ୍ରସନ୍ନ ସାହୁ, ନିରଞ୍ଜନ ପାଢ଼ୀ, ପ୍ରକାଶ ଚନ୍ଦ୍ର ସାହୁ, ରବିନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗଦେଇ ସତସଙ୍ଗ ରେ ଶ୍ରୀ ଶ୍ରୀ ଠାକୁରଙ୍କ ଗୁଣ କୀର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରୀ ଶ୍ରୀ ଠାକୁରଙ୍କ ଅନୁଗାମୀ ଅଂଶ ଗ୍ରହଣ କରିଥିଲେ । ଏହି ଭାଦ୍ର ସତସଙ୍ଗ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆଞ୍ଚଳିକ ସ୍ତରରେ ପ୍ରତ୍ୟେକ ଦିନ ସମସ୍ତ ଗୁରୁଭାଇ ମାନଙ୍କ ସହଯୋଗରେ ପାଳନ କରାଯିବ ବୋଲି ଜଣା ଯାଇଛି ।
Article Image
10