ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ମହାବୀର ପୀଠର ମହନ୍ତ ରାଜୁ ବାବାଙ୍କ ଜନ୍ମୋତ୍ସବ ପାଳିତ*

ଏରସମା, 19/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ସ୍ଥିତ ପ୍ରସିଦ୍ଧ ମହାବୀର ପୀଠର ମୂଖ୍ୟ ପରିଚାଳକ,ଶ୍ରୀ ରାମକ୍ରୃଷ୍ଣ ଦାସ ମହାରାଜ( ରଜୁବାବା ) ଙ୍କ ୬୭ତମ ଜନ୍ମ ଉତ୍ସବ ପାଳିତ ହୋଇଛି।ଏହି ଅବସରରେ ମହାବୀର ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ବିଭିନ୍ନ ସ୍ଥାନରୁ ଏବଂ ପାଖ ଆଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ସକାଳେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା ପରେ,ଭଜନ କୀର୍ତ୍ତନ ସହିତ ଶ୍ରଦ୍ଧାଳୁମାନେ ବାବାଙ୍କୁ,ନୂତନ ବସ୍ତ୍ର ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏବଂ ଜନ୍ମଦିନ ଅବସରରେ ବାବା ସମସ୍ତ ଙ୍କୁ ବାପା ମା ଙ୍କ ସେବା କରିବା କୁ ପରାମର୍ଶ ଦେବା ସହ ସମାଜର ଭଲ କାମକର ଭଲ ମଣିଷ ହୁଏ ହନୁମାନ ଚାଳିଶା ସବୁଦିନେ ପାଠ କର ସମସ୍ତଙ୍କର ଦୁଃଖ ଦୂର ହେବା ସହ ମଙ୍ଗଳ ହୋବ ଏହି କଥା ସମସ୍ତ ଭକ୍ତ ମାନଙ୍କୁ ବୁଝାଇଥିଲେ । ସାରାଦିନ ପ୍ରଶାଦ ସେବନ ବ୍ୟବସ୍ଥା ସହିତ,ଶ୍ରୀରାମ ଚରିତ ମାନସ, ହନୁମାନ ଚାଳିଶା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ବ୍ୟାପକ ବ୍ରୃକ୍ଷରୋପଣ କରାଯାଇଥିଲା।ଉତ୍ସବକୁ ରାଜେନ୍ଦ୍ର ଦାସ, ଗଜେନ୍ଦ୍ର ମହାପାତ୍ର,କରୁଣାକର ଦାସ, ବିକ୍ରମ ରାଉଳ, ପ୍ରକାଶ କୁମାର ଦାଶ,ଲିପୁନି ଖଟୁଆଙ୍କ ସମେତ ଭକ୍ତମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ଭାବରେ ମହାସମାରୋହରେ ଜନ୍ମଦିନ ପାଳନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ମହାବୀର ପୀଠ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।
Article Image
1