ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧାରଣାରେ ଅଧ୍ୟାପକ କର୍ମଚାରୀ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପାଠପଢା ଠପ !

ବୁଗୁଡ଼ା, 19/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରି ସଙ୍ଘ ର ଆହ୍ୱାନ କ୍ରମେ ସାରା ରାଜ୍ୟରେ ବେସରକାରୀ ଅଧ୍ୟାପକ ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅଧ୍ୟାପକ ମାନଙ୍କୁ ଅନୁଦାନ ପ୍ରଦାନ ଅଧିକାର ଯାତ୍ରା -୫, କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବାବେଳେ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କାର୍ଯ୍ୟରତ ବେସରକାରୀ ଅଧ୍ୟାପକ ମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଯାହାଫଳରେ ବିଦ୍ୟାଳୟ ରେ ପାଠ ପଢା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ବାଧା ସୃଷ୍ଟି ହୋଇଥିଲା। ଦୀର୍ଘ ଦିନ ଧରି ଅଧ୍ୟାପକ କର୍ମଚାରୀ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ୍ୟ ସରକାରଙ୍କ ପାତର ଅନ୍ତର ନୀତିରେ ବାଲିପଡୁଛନ୍ତି ଛାତ୍ରଛାତ୍ରୀ। ମୁଣ୍ଡଉପରେ ଯୁକ୍ତ ୨ ଛାତ୍ରଛାତ୍ରୀ ଙ୍କ ବୋର୍ଡ ପରୀକ୍ଷା ଥିବାରୁ ଚିନ୍ତାରେ ଅଭିଭାବକ ଏବଂ ଛାତ୍ର ଛାତ୍ରୀ।
Article Image
Article Image
10