ଏରସମା, 19/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻
ଜଗତସିଂହପୁର, ଏରସମା ବ୍ଲକ ଦେଉଳି ସ୍ଥିତ ବାସ ଭବନ ରେ ଗାଳ୍ପିକ ନିଖିଳ କୁମାର କାନୁନଗୋ ଙ୍କ ଗତ ରାତି ରେ ପରଲୋକ ହେଇଚି ଦୀର୍ଘ ଦିନ ହେବ ସ୍ନାୟୁ ରୋଗ ରେ ପୀଡିତ ଥିଲେ ସ୍ୱର୍ଗତ କାନୁନଗୋ ଜଣେ ପରିଚିତ ସାରସ୍ୱତ ସାଧକ କବି, ପ୍ରାବନ୍ଧିକ ତଥା ଗାଳ୍ପିକ ବିଭିନ୍ନ ଅନୁଷ୍ଠାନ ରେ ରହି ସାରସ୍ୱତ ସାଧନା କୁ ଶେଷ ଜୀବନ ପର୍ଯ୍ୟନ୍ତ ଜାରି ରଖି ଥିଲେ ତାଙ୍କ ସୃଷ୍ଟି ଗୁଡିକ ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହେଇ ଥିଲା ଗଳ୍ପ ସଂକଳନ" ତୃଷ୍ଣା ର ମଧୁ ରାତି "ଓଡିଶା ରେ ବହୁଳ ଭାବରେ ଆଦୃତ ଲାଭ କରି ଥିଲା ସ୍ୱର୍ଗତ କାନୁନଗୋ ଆଇନା ପତ୍ରିକା ର ଧାରା ବାହିକା ଭାବ ରେ ଉପନ୍ୟାସ ଲେଖୁଥିଲେ ସ୍ୱର୍ଗତ କାନୁନଗୋ ପରଲୋକ ରେ ପୂଜ୍ୟ ପୂଜା ର ସଭାପତି ନାଗୁଚରଣ ଦେବତା, ଡ଼ ବସନ୍ତ ମଞ୍ଜରୀ ଦାସ, ମହେଶ୍ୱର ସ୍ୱ।ଇଁ, ଯଯାତି କେଶରୀ ସାମନ୍ତରାୟ,ଦିପ୍ତି ଖଣ୍ଡୁଆଳ,ଅରୂପାନନ୍ଦ ସ୍ୱ।ଇଁ, ଡ଼ ତନ୍ମୟ ସେଠି, କୈଳାସ ଚନ୍ଦ୍ର ପ୍ରଧାନ, ବୈଦ୍ୟନାଥ ସାହୁ,ହୃସିକେସ ତୃପ୍ତି ରଞ୍ଜନ ମହାନ୍ତି,ଓ ନିର୍ମଳା ସାହୁ ପ୍ରଭୁତି ଶୋକ ବ୍ୟକ୍ତ କରିଛନ୍ତି।ପୁତ୍ର ମଳୟ ରଞ୍ଜନ କାନୁନଗୋ ଝିଅ ଏବଂ ଧର୍ମ ପତ୍ନୀ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ମରଶରୀରକୁ ସ୍ୱର୍ଗ ଦ୍ଵାର ରେ ସଂସ୍କାର କରାଯାଇଥିଲା।