ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜଳ ସମସ୍ୟା ପାଇଁ ସିକରପାଇ ଡ଼ଙ୍ଗରିଆ ସାହି ମୂଖ୍ୟ ନିକଟର ରାସ୍ତା ଅବରୋଧ କଲେ ଗ୍ରାମବାସୀ*

କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ସଦରରେ, 19/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ସଦରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଯାହାଫଳରେ ଗ୍ରାମର ସମସ୍ତ ମହିଳା ମାନେ ଏକତ୍ରିତ ହୋଇ ନିଜ ନିଜ ଘରୁ ହାଣ୍ଡି, ବାଲ୍ଟି, ଡେକିଚି ଧରି କୋରାପୁଟ, କାଶୀପୁର, ମାଣ୍ଡିବିଶି ରାଜରାସ୍ତା ଅବରୋଧ କରିରହିଛନ୍ତି. ଆମକୁ ଚାରିଦିନ ଧରି ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ ତାହା ଆମକୁ ଯୋଗାଇ ଦେଲେ ରାଜରାସ୍ତାରୁ ହଟିବୁ ନ ହେଲେ ଦିନ ରାତି ବସି ରହିବୁ ହଟିବୁ ନାହିଁ ବୋଲି ମହିଳା ମାନେ ଅଡ଼ିବସିଛନ୍ତି ଉକ୍ତ ଗ୍ରାମରେ ୬ଟି ନଳକୂପ ରହିଛି କିନ୍ତୁ ଏକ ହାଣ୍ଡି ପାଣି ବାହାରୁ ନାହିଁ। ଯେଉଁ ନଳକୂପରୁ ପାଣି ବାହାରୁଚି ତାହା ବ୍ୟବହାରେ ଉପଯୋଗୀ ନୁହେଁ। ସେଥିରୁ କେବଳ ଲୁହା ଗୁଣ୍ଡ ଭଳି ପାଣି ବାହାରୁଛି। ଗ୍ରାମରେ ଦୁଇଟି ସ୍ୱଜଳ ଧାରା ରହିଛି. ତାହାର ମୋଟର ପୋଡ଼ିଯାଇଛି ବୋଲି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ ।ଗ୍ରାମବାସୀ ନଳକୂପ ଖରାପ ହୋଇଥିବା ନେଇ ପଞ୍ଚାୟତରେ କହି ଆସୁଥିଲେ କିନ୍ତୁ କିଛି ପ୍ରଭାବ ପଡୁନଥିଲା। ଗ୍ରାମ ନିକଟରେ ଥିବା ନାଳ ବା ଯାହାର ଘରେ ବୋର କରିଥିବେ ସେହିମାନଙ୍କୁ ପାଣି ମାଗି ଚାଲୁଥିବା କହିଛନ୍ତି ।ସେହି ନାଳରେ ଗାଈଗୋରୁ ଠାରୁ ଆରମ୍ଭକରି ଲୋକମାନେ ଓ ଲୁଗାପଟା ସଫା ମଧ୍ୟକରି ଉକ୍ତ ପାଣୀକୁ ବ୍ୟବହାରୁ କରି ଆସୁଛନ୍ତି। ଯାହାଫଳରେ ଗ୍ରାମର ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସତ ହୋଇଥିବା ଜଣାପଡିଛି। ଏହାକୁ ନେଇ ନେତା ଠାରୁ ଆରମ୍ଭକରି ପଞ୍ଚାୟତ ପିଓ, ସରପଞ୍ଚ ବ୍ଲକ ପ୍ରଶାସନ କୁ ବାରମ୍ଭାର ଗୁହାରି କରି ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟକାରୀ ହେଉନଥିବା ଗ୍ରାମର ମହିଳା ୱାର୍ଡ ସଭ୍ୟା ଅଁଳା କଞ୍ଜାକା, ଆଶା ମାଣ୍ଡିକା ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ ସମାଧାନ କରା ନ ଗଲେ ରାଜ ଦିନ ରାତି ଏମିତି ରାସ୍ତାରେ ବସି ରହିବୁ ବୋଲି ସତୀ ହୁଇକା, ମେଲା ମାଣ୍ଡିକା, ଲୁକି ପ୍ରାସ୍କା, କାଳିଙ୍ଗ ପ୍ରାସ୍କା ପ୍ରମୁଖ କହିଛନ୍ତି । ରାସ୍ତା ଅବରୋଧ କରି ପ୍ରାୟ ୫ଘଣ୍ଟା ହେବ କୌଣସି ଅଧିକାରୀ ପହଞ୍ଚି ନ ଥିବା ଜଣାପଡିଛି । ବର୍ତ୍ତମାନ ଜିପିଓ ଶ୍ଵେତାମ୍ବର ପଦାନ ଘୋଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ମହିଳାଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି କଥାକୁ ମହିଳା ମାନେ ଶୁଣି ନ ଥିଲେ। ଘଟଣା ସ୍ଥଳରେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ତାଙ୍କ ଟିମ୍ ପହଞ୍ଚି ଳୋକଙ୍କୁ ବୁଝା ସୁଝା କରିଥଲେ।
Article Image
Article Image
2