ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଉତ୍କଳ ଆଲୁମିନା ପକ୍ଷରୁ ଓଶାପଡା ସ୍ଥିତ ଟାଉନସିପ୍ ଠାରେ ସିଏସଆର ମେଳା ଉଦଯାପିତ*

ରାୟଗଡା, 20/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻
Article Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଓଶାପଡ଼ା ଟାଉନସିପ୍ ଠାରେ ସିଏସ୍ଆର ମେଳା ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁନିଟ୍ ମୁଖ୍ୟ ରବିନାରାୟଣ ମିଶ୍ର ଓ ତାଙ୍କ ପତ୍ନୀ ପ୍ରଭା ମିଶ୍ର, ଖଣି ମୁଖ୍ୟ ବିଜୟ ଚୌହାନ, ସିଏସ୍ଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ମନୋଜ ଦାସ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ସିଏସ୍ଆର ମେଳା ଉଦଘାଟନ କରିଥିଲେ। ଉତ୍କଳ ଆଲୁମିନା ସିଏସ୍ଆର ଦ୍ଵାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ ଅଧୀନରେ ପ୍ରସ୍ତୁତ ହୋଇଥିବା ହାତ ତିଆରି ସାମଗ୍ରୀକୁ ଏଠାରେ ପ୍ରଦର୍ଶିତ କରିବା ସହିତ ବିକ୍ରୟ କରାଯାଇଥିଲା। ଟାଉନସିପ୍ ବାସୀଙ୍କ ମଧ୍ୟରେ ମେଳାକୁ ନେଇ ଅତ୍ୟନ୍ତ ଉତ୍ସାହ ପ୍ରକାଶ ପାଇଥିଲା। ଉଦଘାଟନ ଅବସରରେ ଉଦବୋଧନ ଦେଇ ୟୁନିଟ୍ ମୁଖ୍ୟ ଶ୍ରୀ ମିଶ୍ର କହିଛନ୍ତି ଯେ, ଏହି ସିଏସ୍ଆର ମେଳା ଦ୍ଵାରା ସ୍ଥାନୀୟ କାରିଗର ଏବଂ ଦେଶୀୟ ଉତ୍ପାଦକୁ ବଜାର ପ୍ରଦାନ କରାଯିବା ଏହାର ଉଦ୍ଦେଶ୍ୟ ରହିଚି।ଏଥିସହିତ କାରିଗରଙ୍କୁ ଓ ଉତ୍ପାଦକ ଦଳଙ୍କୁ ସଶକ୍ତିକରଣ କରିବା ଏବଂ ପ୍ରୋତ୍ସାହନ ଯୋଗାଇ ଦେବା ଭଳି ଏହି ମେଳା ଆୟୋଜନ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ଅନୁରୂପ ଭାବେ ଖଣି ମୁଖ୍ୟ ଶ୍ରୀ ଚୌହାନ, ଉତ୍କଳ ଆଲୁମିନା ଦ୍ଵାରା ସ୍ଥାନୀୟ ଗୋଷ୍ଠୀର ବିକାଶ ପାଇଁ ଅବ୍ୟାହତ ଭାବେ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଉକ୍ତ ମେଳାରେ ସ୍ଥାନୀୟ ଅଞ୍ଚଳର ଉତ୍ପାଦକ ଦଳ ଯୋଗ ଦେଇଥିବା ବେଳେ ଉକ୍ତ ସମାଗ୍ରୀ ଗୁଡିକ ଉତ୍କଳ ଆଲୁମିନା ସିଏସ୍ଆର ବିଭାଗର ସହଭାଗୀତାରେ କାରିଗର ଓ ଉତ୍ପାଦକ ଦଳଙ୍କୁ ସମସ୍ତ ବୈଷୟିକ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ସିଏସ୍ଆର ବିଭାଗର କର୍ମଚାରୀ ସୁଶାନ୍ତ ଦାଶ, ରୂପେନ ପଟ୍ଟନାୟକ, ଦିଗନ୍ତ ମହାନ୍ତି, ସଂଜୀବ ମହାନ୍ତି, ନିରୁପମା ବାରିକ, ଦିଲୀପ ନାଏକ, ବିନୋଦ ପୂଜାରୀ ଓ ଲକ୍ଷ୍ମି ଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।
Article Image
Article Image
Article Image
Article Image
2