ରାୟଗଡ଼ା, 21/08/2025, ଉତ୍କଳ voice news - utkalvoicenews.com(ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ) 👉🏻

ଗତକାଲି ଵାର ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ମୂର୍ତ୍ତିକା ସଂରକ୍ଷଣ ଓ ଜଳଵିଭାଜିକା ଉନ୍ନୟନ ବିଭାଗର ନିର୍ଦେଶକ ଶ୍ରୀ ସୁବ୍ରତ ଚନ୍ଦ୍ର ପଣ୍ଡା,ଭା,ପ୍ର,ସେ, କାଶିପୁର ବ୍ଲକ ରତଳଝିରି ପଞ୍ଚାୟତ ଗ୍ରସ୍ତ କରିଥିଲେ।ଉପର ପାଢି ଖାଲ୍ ହିତାଧିକାରୀ ଶ୍ରୀ ଵିରି ମାଝୀ ଙ୍କ ନିଜସ୍ବ ଜମିରେ ହେବାକୁ ଥିବା ସିଲଭର୍ ଓକ୍ ବୃକ୍ଷ ରୋପଣ ର ଶୂଭ ଉଦଘାଟନ କରି , କିଛି ଚାରା ରୋପଣ କରିଥିଲେ। ସେଠାରେ ଶ୍ରୀ ଵିରି ମାଝୀ ଙ୍କ ଏକ ଏକର ଜମି ରେ ସିଲଭର୍ ଓକ୍ ଚାରା ରୋପଣ କରି ଯତ୍ନ ଓ ତଦାରଖ କରିବାକୁ ଉପଦେଶ ଦେଇଥିଲେ। ଏବଂ ଏହାଦ୍ଵାରା କଫି ଚାଷ କରି ଅର୍ଥ ଉପାର୍ଜନ କରି ଲାଭବାନ ହୋଇପାରିବ ଵୋଲି ଵୁଝାଇ ଥିଲେ।ଉପର ପାଢି ଖାଲ୍ ସିଲ୍ ଭର ଓକ୍ ନର୍ସରୀ ପରିଦର୍ଶନ କରିଵା ସହ ହିତାଧିକାରୀ ଶ୍ରୀ ଵରି ସିଂ ମାଝୀ,ସାନୁମାଝୀ ଓ ଅନ୍ୟ ହିତାଧିକାରୀ ମାନଙ୍କୁ ଚାରା ବଣ୍ଟନ କରିଥିଲେ। ହିତାଧିକାରୀ ଓ ତଳଝିରି ପଞ୍ଚାୟତ ର ସରପଞ୍ଚ ଶ୍ରୀ ସିତାରାମ ମାଝୀ ଓ ଅନ୍ୟ ଗ୍ରାମ ଵାସି ମାନଙ୍କ ସହ ଆଲୋଚନା କରିଥିଲେ।ଗଛ ଲଗାଇଵାର ତିନି ବର୍ଷ ପରେ,ତାର ଛାଇ ତଳେ,କଫି ଓ ଗୋଲମରିଚ ଗଛ ଲଗାଇବା ସହ ଚାଷୀ ଲାଭବାନ ହୋଇପାରିବେଵୋଲି ଵୁଝାଇ ଥିଲେ। ଛାୟା ବୃକ୍ଷ ରୋପଣ ନିମନ୍ତେ ସମସ୍ତ ଚାରା ଜଳ ବିଭାଜିକା ଯୋଗାଇ ଦେଵା ସହ , ତାର ରକ୍ଷଣାବେକ୍ଷଣ, ତଦାରଖ, ଏବଂ ଅନ୍ୟାନ୍ୟ ଯାହା ଖର୍ଚ୍ଚ ହେଵ, ତାହା ରାୟଗଡ଼ା ଜଳଵିଭାଜିକା ବିଭାଗର ନିର୍ଦେଶକ ରାୟଗଡ଼ା ଜିଲ୍ଲା ବହନ କରିଵେଵୋଲି ଘୋଷଣା କରାଯାଇଥିଲା। ତତ୍ ସଙ୍ଗେ ଉଦ୍ୟାନ କୃଷି ବିଭାଗ ଦ୍ବାରା କରାଯାଇଥିବା ଆଳୁ କ୍ଷେତ ପରିଦର୍ଶନ କରିଥିଲେ ଓ ହିତାଧିକାରୀ ଶ୍ରୀ ଆନନ୍ଦ ମାଝୀ ଙ୍କ କ୍ଷେତରେ ଆଳୁ ରୋପଣ କରିଥିଲେ।ଏହା ପରେ କାଶିପୁର ବ୍ଲକ ର ସିଲାଗୁମା ପଦର ଗ୍ରାମ ସ୍ଥିତ ପୂର୍ବ 2024-2025 ର ଛାୟା ବୃକ୍ଷ ରୋପଣ କରାଯାଇଥିବା ଏରିଆ ପରିଦର୍ଶନ କରିଥିଲେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିଦ୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ ,ସହକାରୀ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସମ୍ପଦ ସ୍ୱରୂପ ସାମଲ, ଅଭର ସିଅର ଶ୍ରୀ ମଧୁ ହନ୍ତlଲ, ଶ୍ରୀ ହାଡିବନ୍ଧୁ ଶବର, ମୃତିକା ସଂରକ୍ଷଣ କ୍ଷେତ୍ର କର୍ମ ଚାରି ଶ୍ରୀ ଚିନ୍ମୟ ନାୟକ, ଶ୍ରୀ ରାଜେଶ ଗୌଡ଼ ସହକାରୀ ଉଦ୍ୟାନନିଦ୍ଦେଶକ, ଶ୍ରୀ ରାକ୍ଷେସ ମିଶ୍ର ଏବଂ ଉଦ୍ୟାନ କ୍ଷେତ୍ର କର୍ମଚାରୀ ଶ୍ରୀ ପ୍ରତୀକ ସେନାପତି ଓ ସ୍ୱେଚ୍ଛାସେବୀ ଏବଂ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଙ୍ଗଦ ନାୟକ ଉପସ୍ଥିତ ଥିଲେ l ଅପରାହ୍ନ ରେ ନିର୍ଦେଶକ ମହୋଦୟ କୋଳନରl ବ୍ଲକ ର କିଛି ଉନୟନ ମୂଳକ କାର୍ଯ୍ୟ ଗୁଡିକ ପରିଦର୍ଶନ କରିଥିଲେ l ରେଖାପଦର ଗ୍ରାମ ପଂଚାୟତ ଅଧିନସ୍ଥ ତୁମ୍ବାଗୁଡ଼ା ଗ୍ରାମ ରେ ସର୍ବ ସାଧାରଣ ବ୍ୟବହାର ନିମିତ୍ତ ପ୍ରଧାନ ମନ୍ତ୍ରୀ କୃଷି ଶିଞ୍ଚାଇ ଯୋଜନା ଅନ୍ତର୍ଭୁକ୍ତ ଜଳ ବିଭାଜିକା କାର୍ଯ୍ୟ କ୍ରମମାଧ୍ୟମରେ କରା ଯାଇଥିବା ଜଳ ଅମଳ ପ୍ରକଳ୍ପ ଓ ଗ୍ରଭିଟି ଫଳୋ ଷ୍ଟ୍ରକ୍ଚର ପରିଦର୍ଶନ କରିଥିଲେ l ଉତ୍ପାଦକ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶ ରେ ଆର୍ଥିକ ସହାୟତାପ୍ରଦାନ କରାଯାଇ ଥିଲା ଏହା ପରେ ସେ ତୁମ୍ବାଗୁଡ଼ା ଗ୍ରାମ ର ହିତାଧିକାରୀ ଶ୍ରୀ ଭେଙ୍କଟ ହାରକା ଙ୍କ ପମ୍ପ ସେଟ ଏବଂ ପ୍ରିଣ୍ଟର ଓ ଜେରକ୍ସ ମେସିନ ୟୁନିଟ କୁ ପରିଦର୍ଶନ କରିଥିଲେ l ଯାହାକି ତାଙ୍କୁ ଉତ୍ପାଦକ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶ ରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ପୁନଶ୍ଚ ମା ସରସ୍ବତୀ ସ୍ଵୟଂ ସହାୟକ ଗୋଷ୍ଠୀ ର ଫ୍ଲୋର ମୀଲ ଏବଂ ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର କୃଷି ଯନ୍ତ୍ରପାତି ଯଥା ୱାଇଡର ଓ ସ୍ପ୍ରେୟର ମେସିନ ଦେଖିଥିଲେ, ଯାହାର ଆର୍ଥିକ ସହାୟତା ତାଙ୍କୁ ଜୀବିକା ନର୍ବାହା ଅଂଶରେ ପ୍ରଦାନ କରାଯାଇଥିଲା ଏହି କ୍ରମ ରେ ସେ ରେଖାପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରଯୁଗୁଡା ଗ୍ରାମ ର ଗୋଟିଏ ଚେକ ଡେମ ଏବଂ ଗୋଟିଏ କ୍ଷେତ୍ର କେନାଲ ପରିଦର୍ଶନ କରିଥିଲେ ତତ୍ ସଂଗେ ସଂଗେ ହିତାଧିକାରୀ ଶ୍ରୀ ଜୟକୃଷ୍ଣ ହାରକl ଙ୍କ କୁକୁଡ଼ା ଫାର୍ମ ୟୁନିଟ ପରିଦର୍ଶନ କରିଥିଲେ, ଯାହା କି ତାଙ୍କୁ ଉତ୍ପାଦନ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶରେ ଆର୍ଥିକ ସହାୟକ ପ୍ରଦାନ କରାଯାଇଥିଲା l ଉପରୋକ୍ତ କାର୍ଯ୍ୟ ଗୁଡିକ ପରିଦର୍ଶନ କରି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ l ଏହି ସମୟରେ ଜିଲ୍ଲା ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିଦ୍ଦେଶକଶ୍ରୀ ଦାମୋଦର ପାଣିଗ୍ରାହୀ, ସହକାରୀ ପ୍ରକଳ୍ପ ନିଦ୍ଦେଶକ ଶ୍ରୀ ସମ୍ପଦ ସ୍ୱରୂପ ସାମଲ, ସହକାରୀ କୃଷି ଯନ୍ତ୍ରୀ ଶ୍ରୀ ମତୀ ଅନିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାର ଦେଖା ଯାଇଥିଲା l



