ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋକୁଳମୁଣ୍ଡା ଗ୍ରାମରେ ଉଦ୍ୟୋଗୀତା ସଚେତନତା ଶିବିର।

କାଶୀପୁର, 21/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କାଶୀପୁର ବ୍ଲକ । ଟିକିରି ଗ୍ରାମ ପଞ୍ଚାୟତ ର ଯାମୂଗୁଡ଼ା ଗ୍ରାମ ଏଵଂ ଗୋକୁଳ ମୁଣ୍ଡା ଗ୍ରାମ ରେ ଆଇ.ଡି.ବି ଆଇ ବ୍ୟାଙ୍କ ଦ୍ବାରା ପ୍ରାୟୋଜିତ ଏବଂ ଇ ଡି ଆଇ ଆଇ ଦ୍ୱାରା ପରିଚାଳିତ ପ୍ରକଳ୍ପ ରାଇଜ ର ଏକ ଉଦ୍ୟୋମିତା ସଚେତନତା କାର୍ଯ୍ୟକ୍ରମ୨ଦିନ ଧରି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ମୁଖ୍ୟତଃ ଲୋକ ମାନଙ୍କୁ । ସ୍ଵାବଲମ୍ବୀ ହେବାକୁ ଏକ ବାର୍ତ୍ତା ପ୍ରେରଣ _ କରିଥିଲା ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଟିକିରି ସରପଞ୍ଚ ଶ୍ରୀ ଜଗବନ୍ଧୁ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ତାଙ୍କ ସହ ଏମ.ବି.କେ ସଂଯୁକ୍ତା କାଯୋଲ ଖରା, ସମ୍ମାନନୀୟ ଅତିଥି ରୂପେ ଅଂଶ ଗ୍ରହଣ – କରିଥିଲେ ଏଵଂ ପୂର୍ବତନ ସରପଞ୍ଚ ହେମଲତା କାଡ଼ର୍କା ଅଂଶ ଗ୍ରହଣ – କରିଥିଲେ, ଏଥିରେ ପ୍ରମୁଖ – କାଶିପୁର ବ୍ଲକ ରେ କାର୍ଯ୍ୟରତ ରାଇଜ ପ୍ରୋଜେକ୍ଟ ଆତ୍ମ ନିର୍ଭର ହେବାର ଏକ ସ୍ଵତନ୍ତ୍ର ସୁଯୋଗ ବୋଲି କହିଛନ୍ତି । ଜଣେ ଭଲ ଉଦ୍ୟୋଗୀ ସମାଜ ଦେଶର କଲ୍ୟାଣ କରିଥାଏ । ଇ ଡି ଆଇ ଆଇ (EDII) ଏଥିରେ ଲୋକଙ୍କୁ ସହାୟକ ହେଉଛି ବୋଲି ସେ ପ୍ରଶଂସା ମଧ୍ଯ କରି ଥିଲେ। ସରକାରଙ୍କ ବି ଭି ନ୍ନ ସହାୟତା ମଧ୍ୟ ଉଦ୍ୟୋଗୀ ମାନଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମ ଟି ପ୍ରକଳ୍ପ ରାଇଜ ର ପ୍ରଶିକ୍ଷକ ଅଶ୍ଵିନୀ କୁ ମାର ମିଶ୍ର ଏଵଂ ପ୍ରୋଜେକ୍ଟ ରାଇଜ ର କର୍ଡିନେଟର୍ ତାରିଣୀ ଚରଣ ସାହୁ, ଦ୍ଵାରା ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ଲୋକ ମାନଙ୍କୁ ଆଇ ଡି ବି ଆଇ ବ୍ୟାଙ୍କ ଦ୍ବାରା ପ୍ରାୟୋଜିତ ରାଇଜ ପ୍ରୋଜେକ୍ଟ ସହ ଲୋକ ମାନଙ୍କୁ ଉଦ୍ୟୋମୀତା କୁ ଜୀବିକା ରୂପେ ବାଛିବା କାହିଁକି ଯେ ଆବଶ୍ୟକ ତାହା ବିଷୟରେ ସମ୍ୟକ୍ ସଚେତନ କରିପାରିଥିଲା । କାର୍ଯ୍ୟକ୍ରମ ଶେଷ ହେବାପରେ, ଆୟୋଜକମାନେ ବ୍ୟକ୍ତିଗତ ସାକ୍ଷାତକାର ଏବଂ ପରବର୍ତ୍ତୀ ସ୍ତର ପାଇଁ ହିତାଧୂକାରୀ ଚୟନ କରିବାକୁ ଏକ ପ୍ରାଥମିକ ପରୀକ୍ଷା କରିବାକୁ ଯୋଜନା ଘୋଷଣା କରିଥିଲେ, ଯିଏ ମିଲେଟ ତିଆରୀ ଖାଦ୍ୟ ପ୍ରସ୍ତୁତି ଶିଖୁବା ପାଇଁ ୧୮ ଦିନିଆ ଟେକ୍ନୋଲୋଜି ଆଧାରିତ ଉଦ୍ୟୋଗୀ କାର୍ଯ୍ୟକ୍ରମ ଟି.ଇ.ଡି.ପି ଅଂଶ ଗ୍ରହଣ କରିବେ ।
Article Image
Article Image
Article Image
1