ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*କେବେ ହେବ ପାର୍ବତୀ ପାୱାର ଲୁମ ରାହାମାର ପୁନ୍ନରୁଦ୍ଧାର।* *(ନିରାଶା ଓ ଦୁର୍ଦିନ କୁ ଆପଣେଇ ନେଇଥିବା କର୍ମଚାରୀଙ୍କ ଦୁଃଖର କେବେ ଅନ୍ତ ଘଟିବ)*

ଜଗତସିଂହପୁର/କୁଜଙ୍ଗ, 21/08/2025, ଉତ୍କଳ voice news - utkalvoicenews.com
Article Image
ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ପଞ୍ଚାୟତ ସମିତି ଅଧୀନରେ ଜିଲ୍ଲାର ପ୍ରମୁଖ ବାଣିଜିକ ପେଣ୍ଠସ୍ଥଳ ରାହାମାରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗ ଦ୍ୱାରା 1986-1987 ମସିହାରେ ଏହି ଅଞ୍ଚଳର ପ୍ରବାଦ ପୁରୁଷ ବସନ୍ତ କୁମାର ବିଶ୍ୱାଳ ଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇଥିଲା ପାର୍ବତୀ ଲୁଗାକଳ। ବସନ୍ତ ବାବୁଙ୍କ ସ୍ବପ୍ନ ଥିଲା ରାହାମାର ସାମଗ୍ରିକ ବିକାଶ, ଖଟିଖିଆ ଜନସାଧାରଣ ଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି। ପାର୍ବତୀ ଲୁଗାକଳ ଟି 1989 ମସିହାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଇ ତିନୋଟି ସିଫ୍ଟ ରେ 365 ରୁ ଉର୍ଦ୍ଧ କର୍ମଜୀବି ଙ୍କୁ ନିଯୁକ୍ତି କରି ଉତ୍ପାଦିତ ଦ୍ରବ୍ୟ ଗୁଡିକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯୋଗାଇ
Article Image
ଏହି ଅଞ୍ଚଳର ନାମ ବେଶ ରଖି ପାରିଥିଲା। 2001 ମସିହାରେ ଏହାକୁ ତତ୍କାଳୀନ ସରକାର ସପୂର୍ଣ୍ଣ ବନ୍ଦ କରିବାର ନିଷ୍ପତି ନେଲେ ଏଇଥିପାଇଁ 1999 ମସିହା ମହାବାତ୍ୟା ପରେ କାରଖାନା ଚଳାଇବାପାଇଁ ଉପଯୁକ୍ତ କଞ୍ଚାମାଲ ର ଅଭାବ ତଥା ପରିଚାଳନା ଗତ ସମସ୍ୟା ଯୋଗୁ। ଏପରିକି ଲୁଗା କଳଟିର ରକ୍ଷଣା ବ୍ୟକ୍ଷଣ ଅଭାବରୁ କାରଖାନା ର ଅନେକ ମୂଲ୍ୟବାନ ଯନ୍ତ୍ରାସ, ଆସବାବ ପତ୍ର ଚୋରି ହେବା ସଙ୍ଗେ ସଙ୍ଗେ ନଷ୍ଟ ହୋଇଗଲା। ଏ ସମସ୍ତ ଥିଲା ତତ୍କାଳୀନ ସରକାରଙ୍କ ଚକ୍ରାନ୍ତ ଓ ଜନପ୍ରତିନିଧି ମାନଙ୍କ ରାହାମା ପ୍ରତି ଅସ୍ବୀୟାଭାବ। ସମୟ ସର୍ବଦା ସମାନ ନଥାଏ ରାଜନୈତିକ ପଶାପାଲିରେ ଚକ୍ରାନ୍ତକାରି ନେତାଙ୍କ ମୁଖା ଖୋଲି ଯାଇଛି ଏବଂ ଏହି ଅଞ୍ଚଳର ରାଜନୈତିକ ପାଣିପାଗରେ ଅନେକ ପରିବର୍ତନ ଆସିଛି। ରାହାମା ତିର୍ତୋଲ ନିର୍ବାଚନ ମଣ୍ଡଳୀରୁ ଆସି ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଭୁକ୍ତ ହୋଇଅଛି। ଆମ ମାନଙ୍କ ସୌଭାଗ୍ୟ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ବିଧାୟକ ପାରାଦ୍ୱୀପ ବର୍ତ୍ତମାନ ଆମ ରାହାମା ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ବସନ୍ତ ବାବୁଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ତିର୍ତୋଲ ସାରଳା ସୂତାକଳ ତାଲା ବନ୍ଦ ଅବସ୍ଥାରୁ ବର୍ତ୍ତମାନ ମୁକୁଳିବାକୁ ଯାଉଛି ଆମ ପ୍ରିୟ ମନ୍ତ୍ରୀଙ୍କ କର କମଳରେ। ଯାହାକି ସରକାରୀ ସ୍ଥରରେ ଇସ୍ପତି ନିଆଯାଇଛି।
Article Image
ଏଥିପାଇଁ ରାହାମା ଅଞ୍ଚଳବାସି ମାନ୍ୟବର ମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଅଛୁ କିନ୍ତୁ ଦୁଃଖର ବିଷୟ ଦୀପତଳ ଅନ୍ଧାର ଭଳି ମାନ୍ୟବର ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ରାହାମାର ପାର୍ବତୀ ଲୁଗା କଳର ଭାଗ୍ୟ ସେହି ଅନ୍ଧାରରେ ରହିଜାଇଅଛି। ଆମର ପ୍ରିୟ ନେତା ଗାଁ ମାଟିର ପୁଅ ଏ ଅଞ୍ଚଳର ସୁଖ ଦୁଃଖର ସାଥି ପାର୍ବତୀ ପାୱାର ଲୁମ କୁ ପୁନଃ କାର୍ଯ୍ୟକ୍ଷମ କରିବାରେ ତାଙ୍କର ସମସ୍ତ ଶକ୍ତି ଲଗାଇ ଦେବାପାଇଁ ଏ ଅଞ୍ଚଳ ବାସି ଅନୁରୋଧ କରିବା ସହ ରାହାମା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ର ରାଜ୍ୟ ସମ୍ପାଦକ ଡକ୍ଟର ସୁନାକର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରିଛନ୍ତି।
1