ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନ୍ୟାସନାଲ ସ୍କୁଲରେ ନେତାଜୀ ଜୟନ୍ତୀ

କୁଜଙ୍ଗ, 22/01/2025, ଉତ୍କଳ voice news - utkalvoicenews.com କୁଜଙ୍ଗ 23/12 ଗୁରୁବାର ନ୍ୟାସନାଲ ସ୍କୁଲ ପରିସରରେ ନେତାଜୀ ସୁଭାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l
Article Image
ସ୍କୁଲ ପ୍ରିନସିପାଲ ପ୍ରମିଳା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍କୁଲ ଚେୟାରମ୍ୟାନ ଡକ୍ଟର ରଘୁନାଥ ସାହୁ ,ଶିକ୍ଷାବିତ ସୁଧାକର ବିଶ୍ୱାଳ ,ଶୁଭେନ୍ଦୁ ନାରାୟଣ ଖଟୁଆ ,ମୁଗ୍ଧlମୟୀ ରାଉତ ,ସରୋଜିନୀ ସାହୁ ପ୍ରମୁଖ ଯୋଗଦେଇ ଏହି ମହାପୁରୁଷ ମାନଙ୍କ ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ l ଉତ୍ସବରେ ପିଲାମାନେ ସାମୁହିକ ଦେଶଭକ୍ତି ସଂଗୀତ ଗାନ କରିଥିଲେ l ପିଲାଙ୍କ ମଧ୍ୟରେ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ହୋଇଥିଲା l କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଶିକ୍ଷକ ରତିକାନ୍ତ ମହାନ୍ତି ,ପବିତ୍ର ନାୟକ ,ସିଲା ମହାପାତ୍ର ,ଲେଲିନ ଦାସ ,ବନସ୍ମିତା ଦାସ ଓ ମୋନାଲିସା ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l ଶେଷରେ ଜୟ ହିନ୍ଦ ସଂଗୀତ ପରିବେଷଣ ହୋଇଥିଲା l
Article Image
9