ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତ , 22/08/2025, ଉତ୍କଳ voice news - utkalvoicenews.com(ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଦର୍ଶକ ବନ୍ଧୁ ଏପରି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତ ରେ। ଘଟଣାରୁ ପ୍ରକାଶ ଯେ ଆଜ କୁ ତିନି ବର୍ଷ ହେଲା ରାଜନୀ ବେଗମ୍, ସୋମପୁର ଗ୍ରାମର ବେଦୟତ୍ ସାହା ଙ୍କ ପୁତ୍ର କେଫାୟତ୍ ସାହା ଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସମସ୍ତ ପ୍ରକାର ଯାନି ଯୌତୁକ, ଟଙ୍କା ପଇସା,ସୁନା ଗହଣା ,ସମସ୍ତ ପ୍ରକାର ଫର୍ନିଚର ଓ ଏମିତି କି ଗୋଟେ ସ୍କୁଟି ମଧ୍ୟ ବାପା ଘର ଲୋକ ଦେଇଥିଲେ। ଏହା ମଧ୍ୟ ଶାଶୁ ସରାତୁନ ବିବି,ଶଶୁର ବେଦୟତ୍ ସାହା, ନଣନ୍ଦ ସକିନା ବେଗମ ଓ ସ୍ବାମୀ କେଫାୟତ୍ ସାହା ବାରମ୍ବାର ରାଜନୀ ବେଗମ୍ ଙ୍କ ଉପରେ ଅତ୍ୟାଚାର କରୁଥିଲେ।ଅନେକ ଥର ମାଡ଼ ମଧ୍ୟ ମାରିଛନ୍ତି ।ପୂର୍ବରୁ ଅନେକ ଥର ନିଶାପ ମଧ୍ୟ ବସିଛି। ସ୍ବାମୀ କେଫାୟତ୍ ସାହା ବାହାରେ ରହି ନିଜ ସ୍ତ୍ରୀ ଓ ଛୋଟ ଛୁଆ କୁ ଅଣଦେଖା କରି ବାପା, ମାଆଙ୍କ ଦ୍ବାରା ନିର୍ଯାତନା ଦୀୟନ୍ତି ନିଜ ସ୍ତ୍ରୀ ରାଜନୀ ବେଗମ୍ କୁ । ଅଧିକ ଯୌତୁକ ଆଣିବା ପାଇଁ ବାରମ୍ୱାର ଅତ୍ୟାଚାର କରନ୍ତି ଶାଶୁ ଘର ଲୋକେ । ଅନେକ ଥର ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ଯାହା ରାଜନୀ ବେଗମ୍ ପ୍ରକାଶ କରିଛନ୍ତି ।ଗତ ୧୯ ତାରିଖ ମଙ୍ଗଳ ବାର ଦିନ ୯ ଟା ସମୟରେ ସ୍ବାମୀ ଓ ନଣନ୍ଦଙ୍କ ଇସରାରେ ଶାଶୁ ଓ ଶଶୁର ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଉଦ୍ଦେଶ୍ୟ ଜାଣିପାରି ବୋହୂ ରାଜନୀ ବେଗମ୍ ୧୧୨ କୁ କଲ କରିଥିଲେ ।ସଙ୍ଗେ ସଙ୍ଗେ ୧୧୨ ଓ ବାପା ଘର ଲୋକ ଘରେ ପହଞ୍ଚି ଘଟଣା ର ସମାଧାନ କରିଥିଲେ ।କିନ୍ତୁ ତା ପରଦିନ ୨୦ ତାରିଖ ବୁଧବାର ବିଳମ୍ବିତ ରାତିରେ ରାଜନୀ ବେଗମ୍ ଓ ତାଙ୍କ ଛୋଟ ଛୁଆ ଶୋଇଥିବା ସମୟରେ ଘର ସାରା ଧୁଆଁ ହେବାରୁ ଅଣ ନିଶ୍ବାସ ହୋଇ ନିଜ ଛୁଆ କୁ ଧରି କବାଟ ଖୋଲି ବାହାରକୁ ଚାଲି ଆସିଥିଲେ । ବାହାରକୁ ଆସି ଦେଖନ୍ତି ତ ଶୋଇବା ଘର କବାଟ ,ସୋଫା ଓ କପଡା ପତ୍ର ରେ ନିଆଁ ଲାଗିଛି ।ଶାଶୁ ଶଶୁର ଜୀବନରୁ ମାରି ଦେବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ବୋହୂ ରାଜନୀ ବେଗମ୍ । ଏ ନେଇ ଏରସମା ଥାନା ରେ ଲିଖିତ ଏତଲା ଦେଇଛନ୍ତି ରାଜନୀ ବେଗମ୍ ।

