ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ*

ଏରସମା, 23/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻
Article Image
ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ସୁଧିର କାନ୍ତ ମହାପାତ୍ରଙ୍କ କକା ତୁଷାରକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ତୁଷାର କାନ୍ତ ମହାପାତ୍ର ଜଣେ ସମାଜ ସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ।ତାଙ୍କ କର୍ମମୟ ଜୀବନ ଭିତରେ ରହି ଗାଁର ଉନ୍ନତି ଏବଂ ଗାଁର ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ସବୁଦିନ ପାଇଁ ମନେରହିଵ ବୋଲି କହିଥିଲେ। ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସଭାପତିତ୍ବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ବାଲିକୁଦା ଏରସମା ପୃର୍ବତନ ବିଧାୟକ ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଚ୍ଛାୟତ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀରେ ଯୁବ ବିଜୁଜନତା ସଭାପତି ପାର୍ଥ ସାରଥି ରାଉତ, ସମବାୟ ବିତ୍ ସମୀର ରଞ୍ଜନ ସ୍ୱ।ଇଁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଧ୍ୟାରେ ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା।
2