ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଗଛ ଲଗାଇ ଗୌରବ ମହା ବିଦ୍ୟାଳୟ ସାଜିଲା ପରିବେଶ ପାଈ ଗୌରବ ।*

ଭୁବନେଶ୍ୱର, 23/08/2025, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ପ୍ରତିଷ୍ଠିତ ଗୌରବ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ର ତତ୍ବାବଧାନରେ ଛାତ୍ର, ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ ମମ୍ ତାଜଅଲ୍ଲୀ ହାଇସ୍କୁଲ , ନୟାପଲ୍ଲୀ ଭୁବନେଶ୍ବର ଥିବା ବିଦ୍ୟାଳୟ ପରିସରରେ ଥିବା ଖୋଲା ଜାଗାରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶ୍ରୀମତୀ ମୀନାକ୍ଷୀ ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁଚ଼ାରୁ ରୁପେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ମହତ କାର୍ଯ୍ୟ ଓ ପରିବେଶ ସୁରକ୍ଷା ସଂପର୍କରେ ଅବଗତ କରାଇଥିଲେ I ମମତାଜ୍ ଅଲ୍ଲୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ସହଯୋଗ କରିବା ସହିତ ଛାତ୍ର ,ଛାତ୍ରୀ ମନକୁ ବୃକ୍ଷରୋପଣ ର ଉପକାରିତା ଓ ପରିବେଶ ସୁରକ୍ଷା ଉପରେ ଅବଗତ କରାଇବା ସହିତ ଗୌରବ ମହାବିଦ୍ୟାଳୟ ର ଏ ଭଳି ମହତ୍ ଉଦ୍ଦେଶ୍ୟରେ କରା ଯାଉଥିବା କାର୍ଯ୍ୟ କର୍ମକୁ ପ୍ରଂଶସା କରିଥିଲେ । ୫୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରା ଯାଇଥିଲା ।ଉକ୍ତ କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ମହାପାତ୍ର ଏବଂ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ବାରିକ୍ ଉପସ୍ଥିତ ରହି ଭକ୍ତ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
1