ରାୟଗଡା, 23/08/2025, ଉତ୍କଳ voice news - utkalvoicenews.com(*ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ*) 👉🏻
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟବନ୍ଦ।
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆନ୍ଦୋଳନକୁ ସମର୍ଥନ କରି, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଆଜି କାର୍ଯ୍ୟବନ୍ଦ ଧାରଣାରେ ଅଂଶଗ୍ରହଣ କଲେ।ମହା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଧାରଣା ମାଧ୍ୟମରେ, ସେମାନେ ସ୍ୱୟଂଙ୍କର ଦାବିଗୁଡ଼ିକୁ ସରକାରଙ୍କୁ ଅବଗତ କରାଇଛନ୍ତି। ଏହି ପଦକ୍ଷେପରୁ ଶିକ୍ଷା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ସୂଚନା ମିଳିଛି।
ସଂଘ ପକ୍ଷରୁ କହାଯାଇଛି ଯେ, ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ।