ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ନୂତନ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା*

କଲ୍ୟାଣସିଂହପୁର, 23/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻
Article Image
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଦେବେଗିରି ମହାବିଦ୍ୟାଳୟ ରେ ନୂତନ ଭାବରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଅନୁଷ୍ଠାନ ର ବରିଷ୍ଠ ଛାତ୍ର ଛାତ୍ରୀ, କାର୍ଯ୍ୟକ୍ରମ ଅନୁଷ୍ଠାନ ର ଅଦକ୍ଷ ଶ୍ରୀ ଯୋଗେଶ୍ୱର ଗରଡ଼ା ଙ୍କ ସଭାପତିତ୍ୱ ରେ ହୋଇଥିବାବେଳେ ନୂତନ କରି ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କୁ ପୁଷ୍ପ ଚନ୍ଦନ ଦେଇ ବରିଷ୍ଠ ଛାତ୍ର ଛାତ୍ରୀ ସ୍ୱାଗତ କରିଥିଲେ। ସ୍ୱାଗତ ସଭାରେ ଦ୍ୱୀପ ପ୍ରଜ୍ବଳନ ପରେ ଉପସ୍ଥିତ ଅଧ୍ୟାପିକା ଭବାନୀ ସାହୁ,ସରିତା ପାତ୍ର, ସଂଯୁକ୍ତା ଗରଡ଼ା,ବସୁଧା ଖସଲା ସୁନିତା ଗୌଡ଼, ବରୁଣ ନାୟକ,ହେମାନନ୍ଦ ବାଘ ସମୀ ମୂତୁରଙ୍ଗା ପ୍ରମୁଖ ମଞ୍ଚସିନ ହୋଇ ! ନୂତନ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ସହ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଉପଦେଶ ଦେଇଥିଲେ। ସଭାର ପରବର୍ତ୍ତୀ ଭାଗରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଶ୍ରୀମତୀ ସରିତା ପାତ୍ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ ।
10